Get Updates
Get notified of breaking news, exclusive insights, and must-see stories!

ଆଜି ରାଜ୍ୟ କ୍ୟାବିନେଟ୍ : ବାତ୍ୟା ସହ ଖରିଫ୍‌ ଧାନ କ୍ରୟ ନେଇ ଆସିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମ୍ଭାବ୍ୟ ବାତ୍ୟା 'ଦାନା'କୁ ମୁକାବିଲା ସହ ଖରିଫ୍‌ ଧାନ କ୍ରୟ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିପାରେ ବୋଲି କୁହାଯାଉଛି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବର ମାସରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଧାନ କ୍ରୟର ସୂଚାରୁ ସମ୍ପାଦନ ଓ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏହାସହ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ପର୍କିତ କେତେକ ନିଷ୍ପତ୍ତି ଉପରେ ମଧ୍ୟ ମୋହର ବାଜିପାରେ।

State Cabinet today

୯ ଜିଲ୍ଲା ପାଇଁ ୯ ମନ୍ତ୍ରୀଙ୍କୁ ଦାୟିତ୍ୱ

ସମ୍ଭାବ୍ୟ ବାତ୍ୟା ଦାନାର ପରିଚାଳନା ନିରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ ଜିଲ୍ଲାରେ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଜଗତସିଂହପୁର ଜିଲ୍ଲା ପାଇଁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବାଲେଶ୍ୱର ପାଇଁ ରବି ନାରାୟଣ ନାଏକଙ୍କୁ ଦାୟିତ୍ୱ ମିଳିଛି। ଭଦ୍ରକ ପାଇଁ ସୂର୍ଯ୍ୟବଂଶୀ ସୂରଜ, ମୟୂରଭଞ୍ଜ ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାପଡ଼ା ପାଇଁ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କୁ ଦାୟିତ୍ୱ ମିଳିଛି। ସେହିପରି ଗଞ୍ଜାମ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପରିଚାଳନାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରହିବାକୁ ଥିବାବେଳେ କେନ୍ଦୁଝରରେ କୃଷ୍ଣଚନ୍ଦ୍ର ପାତ୍ର, କଟକରେ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+