ଆଜି ରାଜ୍ୟ କ୍ୟାବିନେଟ୍: ୮ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ
ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। କ୍ୟାବିେନେଟ୍ରେ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ପଞ୍ଚାୟତିରାଜ, ନଗର ଉନ୍ନୟନ, ଗୃହ, ଜଳ ସମ୍ପଦ ଏବଂ ପୂର୍ତ୍ତ ବିଭାଗର କେତେକ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆସନ୍ତା ଗୋଟିଏ ମାସ ପରେ ଭାଜପା ଶାସନାଧୀନ ସରକାରକୁ ବର୍ଷେ ପୂର୍ତ୍ତି ପାଳନ ହେବାକୁ ଥିବାବେଳେ କ୍ୟାବିନେଟ୍ରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିପାରେ ବୋଲି ଶୁଣିବାକୁ ମିଳିଛି।

ଖବର ଅନୁଯାୟୀ, ବୁଧବାର ସଂଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ । ଯେଉଁଥିରେ ବିଭିନ୍ନ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇପାରେ । ଏହାସହିତ ଅନେକ ପ୍ରସ୍ତାବ ଉପରେ ମୋହର ବାଜିପାରେ ପୋଲିସ ସୂଚନା ମିଳିଛି ।












Click it and Unblock the Notifications