ବଦଳିଲା ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚା ; ଏବେ ସଚିବ ନୁହେଁ, ଶକ୍ତିଶାଳୀ ହେବେ ମନ୍ତ୍ରୀ

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚା । କ୍ୟାବିନେଟ୍‌ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ କରାଯାଇଛି । ଏଥିରେ ସଂସଦୀୟ ବ୍ୟାପାର ବିଭାଗର ନିର୍ଦ୍ଦେଶନାମା ରହିଛି । ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସବୁ ବିଭାଗକୁ ସଂସଦୀୟ ସଚିବ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍‌ ବସିପାରିବ ନାହିଁ ।

State cabinet

କ୍ୟାବିନେଟ୍ ଢାଞ୍ଚାରେ କଣ ପରିବର୍ତ୍ତନ ହେଲା- ଏଣିକି ଅନେକ ଦିନ ପୂର୍ବରୁ କ୍ୟାବିନେଟ୍ ତାରିଖ କିମ୍ବା ପ୍ରସ୍ତାବ ସ୍ଥିର ହେବ ନାହିଁ । ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ କ୍ୟାବିନେଟ୍‌ ବସିବା ତାରିଖ । ଏହାସହିତ ୩ ଦିନ ପୂର୍ବରୁ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ ।

ସେହିପରି ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ୍‌ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ପ୍ରସ୍ତାବ କ୍ୟାବିନେଟ୍‌କୁ ଆସିପାରିବ ନାହିଁ ।

ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ୍‌ ରୁମ୍‌କୁ ଯାଇପାରିବେ । କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ମନା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+