ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଆସିପାରେ ୨୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ
ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆସନ୍ତା ରାଜ୍ୟ ବଜେଟ ଅଧିବେସନ 2021-22 ପୂର୍ବରୁ ଏହି ବୈଠକ ବସିବାକୁ ଯାଉଛି ।
ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆସନ୍ତା ରାଜ୍ୟ ବଜେଟ ଅଧିବେସନ 2021-22 ପୂର୍ବରୁ ଏହି ବୈଠକ ବସିବାକୁ ଯାଉଛି । ଯେଉଁଥିରେ ୨୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।

ତେବେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ରହିଛି ଏମଏସଏମଇ, ଏସଏସପିଡ଼ି, ପଞ୍ଚାୟତିରାଜ, ସ୍ଵାସ୍ଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ବିଭିନ୍ନ ବିଭାଗର କ୍ୟାଡର ରୁଲ୍ ସଂଶୋଧନ । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସି କରାଯିବା ପାଇଁ ପ୍ରସ୍ତାବ ରହିଛି ।
ଏହାବାଦ୍ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କ୍ୟାଡର ରୁଲ୍ ସଂଶୋଧନ ମଧ୍ୟ ରହିଛି । ସେହପିର ଅଡିଟର-ସର୍ଭିସ୍ ରୁଲର ସଂଶୋଧନ ଅଣାଯିବ ବୋଲି ଜଣାଯାଇଛି ।












Click it and Unblock the Notifications