ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ, ୫ ଟି ନିଷ୍ପତ୍ତି ବାଜି ପାରେ ମୋହର
ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୫ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁଯାୟୀ, ରାଜସ୍ୱ ସେବାରେ ସଂସ୍କାର ଆଣିବାପାଇଁ କେତେକ ପ୍ରସ୍ତାବକୁ ଅନୁମୋଦନ ମିଳିବାକୁ ରହିଥିବାବେଳେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନିଆଯିବାକୁ ରହିଛି। ଏହାବାଦ୍ ସାଧାରଣ ପ୍ରଶାସନ, ଅର୍ଥ ଭଳି କେତେକ ବିଭାଗର ପ୍ରସ୍ତାବର ଆଲୋଚନା ହୋଇପାରେ।













Click it and Unblock the Notifications