ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିପାରେ ମୋହର
State Cabinet meeting: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ପୂର୍ବାହ୍ନ 11.30 ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍ ବୈଠକ ବସିବ । ବୈଠକ ପରେ ଲୋକସେବା ଭବନ ସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ନିସ୍ପତ୍ତି ସମ୍ପର୍କରେ ସୂଚନା ଦିଆଯିବ ।

ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ତଳ ଶପଥ ନେଇଥିଲେ । ଶପଥ ଗ୍ରହଣ ଦିନ ହିଁ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର ପାଇଁ କର୍ପସ୍ ପାଣ୍ଠି, ସୁଭଦ୍ରା ଯୋଜନା, କୃଷକ ପାଇଁ ଧାନ ଏମଏସପି 3100 ଟଙ୍କା କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।
ଏହା ପରେ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର କ୍ଷମତାକୁ ଆସିବା ପରେ ଏହା ହେଉଛି ଦ୍ୱିତୀୟ କ୍ୟାବିନେଟ୍ ବୈଠକ । କ୍ୟାବିନେଟ୍ ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରତ୍ନଭଣ୍ଡାର ଯାଞ୍ଚ ପାଇଁ କମିଟି ଗଠନକୁ ଅନୁମୋଦନ ଓ ଖୋଲିବା ପାଇଁ SOPକୁ ମଞ୍ଜୁରୀ, 'ସୁଭଦ୍ରା' ଯୋଜନାକୁ କାର୍ଯ୍ୟକାରୀ ପାଇଁ ଗାଇଡଲାଇନ୍ , ଖରିଫ ଧାନ ସଂଗ୍ରହ ନୀତିକୁ ମଞ୍ଜୁରୀ, ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମଏସପି ଉପରେ ବୋନସ୍ ଆଦି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ।












Click it and Unblock the Notifications