କଥା ରଖିଲେ ନବୀନ, ଲିଙ୍ଗରାଜ ମନ୍ଦିର ପାଇଁ ଆସିଲା ସ୍ବତନ୍ତ୍ର ଆଇନ

ବୈଠକରେ ଲିଙ୍ଗରାଜ ମନ୍ଦିର ଆଇନ୍‌କୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ। ଏଣିକି ସ୍ବତନ୍ତ୍ର ଆଇନ ବ୍ୟବସ୍ଥାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ଆଇନ୍‌କୁ ମଞ୍ଜୁରୀ ମିଳିଛି । ଏଣିକି ସ୍ବତନ୍ତ୍ର ଆଇନ ବ୍ୟବସ୍ଥାରେ ପରିଚାଳିତ ହେବ ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀ ମନ୍ଦିର ପରେ ରାଜ୍ୟ ସରକାରଙ୍କ ହାତରେ ଏବେ ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ବ । କିଛିଦିନ ତଳେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ୍‌ ଆଣିବା ପାଇଁ ପ୍ରତିଶୃତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

State Cabinet Meeting Ordinance Passed for Lingaraj Temple

ଶ୍ରୀ ଲିଙ୍ଗରାଜ ମନ୍ଦିରଙ୍କ ସମ୍ପତ୍ତି, ମନ୍ଦିର ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପରଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ବ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି।

ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା କରାଯାଇଅଛି। ଯଥା ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କିମିଟର ଦାୟିତ୍ବ ଏବଂ କ୍ଷମତା ଉପରେ ଆଲୋକପାତ କରାଯାଇଛି। ଏଥିସହିତ ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବାମନଙ୍କର ଭୂମିକା ଓ ଦାୟିତ୍ବ ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତାଦ ଉପରେ ବିସ୍ତୃତ ବ୍ୟବସ୍ଥା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+