ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି: ଠିକା କର୍ମଚାରୀଙ୍କୁ ମିଳିବ ଅଧିକ ୫୦ପ୍ରତିଶତ ଦରମା

ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ଅଧିକ ୫୦ପ୍ରତିଶତ ଦରମା ପାଇବେ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀ । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ଏହି ବଡ଼ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବର: ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ଅଧିକ ୫୦ପ୍ରତିଶତ ଦରମା ପାଇବେ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀ । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ଏହି ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ ।

 State cabinet meeting

ପୂର୍ବ ନିୟମ ଅନୁସାରେ ୬ ବର୍ଷ ପରେ ନିୟମିତ ହେବେ ଠିକା କର୍ମଚାରୀ । ତେବେ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ୫୦ ପ୍ରତିଶତ ଅଧିକ ଦେବାକୁ ହେଲେ ବାର୍ଷିକ ୨୫୦ କୋଟି ଖର୍ଚ୍ଚ ହେବ । ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ପାଇବେ ଠିକା କର୍ମଚାରୀ । ଏନେଇ କେବଳ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀଙ୍କ ପାଇଁ ଥିବା ୨୦୧୩ ଆଇନରେ ସଂଶୋଧନ କରାଯାଇଛି ।

ରାଜ୍ୟ ସରକାରୀ କର୍ମଚାରୀମାନେ ଯେଉଁମାନେ ନ୍ୟାସନାଲ ପେନସନ୍ ସିଷ୍ଟମରେରେ ଆସୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ୧୦ ପ୍ରତିଶତରୁ ୧୪% କରିଛନ୍ତି ରାଜ୍ୟ ସରକାର । ଯାହା ୧ ଏପ୍ରିଲ ୨୦୧୯ରୁ ଲାଗୁ ହେବ । ବର୍ଷକୁ ଏଥିପାଇଁ ୩୮୦ କୋଟି ଖର୍ଚ୍ଚ ହେବ । ୭୭୨ କୋଟି ଏରିଅର ଭାବେ ଜମା କରିବେ ସରକାର । ଚାକିରୀ ସମୟରେ ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ପେନସନ ମିଳିବ । ସବୁ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ ହେବ ।

ସୂଚନାଥାଉ କି, ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି । ଏହି ୧୬ଟି ବୃହତ ପ୍ରସ୍ତାବ ସହ ବିଧାନସଭାର ସତ୍ରାବସାନ ପ୍ରସ୍ତାବକୁ ବି ଏହି କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+