ରାଜ୍ୟ କ୍ୟାବିନେଟରେ 10 ପ୍ରସ୍ତାବ ଗୃହୀତ: ସ୍ଥାପନ ହେବ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ
ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ମଙ୍ଗଳବାର ବସିଥିବା ବୈଠକର ଏହି ସଙ୍କ୍ରାତିୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହା ସହ ମୋଟ 10 ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଭୁବନେଶ୍ବର: ରାଜ୍ୟର ସମସ୍ତ ମେଡିକାଲ ଓ ପାରାମେଡିକାଲ ଅନୁଷ୍ଠାନ ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଏକ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛନ୍ତି । ତେଣୁ ରାଜ୍ୟ ସରକାର ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ 2021 ବିଧେୟକ ଆଣିବେ ।

ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ମଙ୍ଗଳବାର ବସିଥିବା ବୈଠକର ଏହି ସଙ୍କ୍ରାତିୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହା ସହ ମୋଟ 10 ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବାକିଶ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏ ବାବଦରେ ପ୍ରସ୍ତାବିତ 356.38 କୋଟି ଟଙ୍କାର ବ୍ୟବରାଦ ହୋଇଛି । 2021-21 ଆର୍ଥିକ ବର୍ଷରୁ 3ଟି ଆର୍ଥିକ ବର୍ଷରେ 90 କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ବାକି ଅର୍ଥ ସିଏସଆର, ଜିଲ୍ଲା ଖଣିଜ ପାଣ୍ଠି, ସୁନ୍ଦରଗଡ ଓ ଓଡିଶା କ୍ରୀଡା ବିକାଶ ପାଣ୍ଠିରୁ ଖର୍ଚ୍ଚ ହେବ ।
ଏହି ପ୍ରକଳ୍ପ ଦ୍ୱାରା ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଓ ରାଉଲକେଲା ବିର୍ଷାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହେବ ।












Click it and Unblock the Notifications