ରାଜ୍ୟ କ୍ୟାବିନେଟ୍ରେ ୭ଟି ପ୍ରସ୍ତାବକୁ ଅନୁମୋଦନ
ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ଆଉ ଏହି ବୈଠକରେ ୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିଲା। ଦୀର୍ଘ ଅଢେଇ ଘଣ୍ଟା ଧରି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା।

ଆଉ ଏବେ ସେହି ବୈଠକ ସରିଛି। ଆଉ ସାତଟି ପ୍ରସ୍ତାବରେ ମୋହର ବାଜିସାରିଛି। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ଆରମ୍ଭ ହୋଇଛି। ପାଖାପାଖି ୪୫ ମିନିଟ୍ ଧରି ମନ୍ତ୍ରୀ ପରିଷଦ ବୈଠକ ବସିଛି।
ଏହି ବୈଠକରେ ମଧ୍ୟ ଅନେକ କିଛି ଆଲୋଚନା ହେଉଛି। ଏହାସହ ଯେଉଁ ୨୦୩୬ ଭିଜନର କଥା କୁହାଯାଉଛି, ବିକଶିତ ଓଡ଼ିଶା କଥା କୁହାଯାଉଛି, ସେ ସଂକ୍ରାନ୍ତରେ ମଧ୍ୟ ଏକ ଡ଼କ୍ୟୁମେଣ୍ଟାରି ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଛି।












Click it and Unblock the Notifications