୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର, ୩ ସହରରେ ହେବ ୱାର୍ଲ୍ଡ ସ୍କିଲ୍ ସେଣ୍ଟର

ରାଜ୍ୟ କ୍ୟାବିନେଟ୍‌ରେ ଶୁକ୍ରବାର ଦିନ ବଡ଼ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋ‌କସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଏହି ଆଧାରରେ ରାଜ୍ୟର ତିନିଟି ପ୍ରମୁଖ ସହରରେ ବିଶ୍ବ ଦକ୍ଷତା କେନ୍ଦ୍ର ନିର୍ମାଣ ହେବ। ଏଥିରେ ଭୁବନେଶ୍ବର, ବ୍ରହ୍ମପୁର ଓ ସାମିଲ ରହିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

State Cabinet

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ଗୋପାଳପୁରରେ ଟାଟା ସୋଲାର ସେଟ୍‌ ଉତ୍ପାଦନ ହେବ। ଏଥି ପାଇଁ ୧୦,୦୦୦ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପ ମାଧ୍ୟମରେ ୫ହଜାର ଜଣଙ୍କୁ ପ୍ରତକ୍ଷ୍ୟ ଓ ପରୋକ୍ଷ ନିଯୁକ୍ତି ଦିଆଯାଇପାରିବ। ଏତଦ୍‌ ବ୍ୟତୀତ ଓଡ଼ିଶାର ଖାଦ୍ୟ ପ୍ରତ୍ସୋହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାକୁ କ୍ୟାବ‌ିନେଟ ଅନୁମୋଦନ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+