ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ; ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି
ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 5T ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍ ନ ଥିଲା। ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ୍ ହୋଇ ନ ଥିଲା। ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା। ତେଣୁ ଆଜି ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତମାନଙ୍କରେ ହେବ। ଏଥିପାଇଁ ୧୨ ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ। ମୋଟ ୬୭୯୪ଟି ପଞ୍ଚାୟତରେ ଏପରି ଫିଡର ସ୍କୁଲ୍ ଚିହ୍ନଟ କରାଯିବ ।
ରାଜ୍ୟର ୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ
ରାଜ୍ୟର ୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ମଡେଲ୍ ସ୍କୁଲର ନାଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ । ସମସ୍ତ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ବ୍ୟବସ୍ଥା କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବେ। ସେଠାରୁ ପାଠପଢ଼ା ଶେଷ ପରେ ପିଲା ହାଇସ୍କୁଲ୍କୁ ଯିବେ ।

କୃଷି ବିଭାଗର ଶୀତଳ ଭଣ୍ଡାର ନେଇ କ୍ୟାବିନେଟ୍ ନିଷ୍ପତ୍ତି
କୃଷି ବିଭାଗର ଶୀତଳ ଭଣ୍ଡାର ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ନୂଆ ଶୀତଳ ଭଣ୍ଡାର ଲାଗି ପୁଞ୍ଜି ବିନିଯୋଗରେ ସବସିଡ୍ ଦିଆଯିବ । ଜନଜାତିଙ୍କ ସହିତ ମହିଳା ଓ ତୃତୀୟ ଲିଙ୍ଗୀଙ୍କୁ ସବସିଡ୍ ମିଳିବ। ୪ଟି ସ୍ଲାବ୍ରେ ସବସିଡ୍ ସୁବିଧା ମିଳିବ। ମୋଟ ପୁଞ୍ଜି ବ୍ୟୟର ୬୦ ପ୍ରତିଶତ ସବସିଡ୍ ମିଳିବ। ସର୍ବାଧିକ ୬ କୋଟି ୫୦ ଲକ୍ଷ ଟଙ୍କା ସବସିଡ୍ ଦିଆଯିବ। ଅନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ବ୍ୟୟର ୫୦ ପ୍ରତିଶତ ଅର୍ଥାତ୍ ୬ କୋଟି ପର୍ଯ୍ୟନ୍ତ ସବସିଡ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍ରେ ରିହାତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ସେମିକଣ୍ଡକ୍ଟର କାରଖାନା ଲାଗି ପ୍ରୋତ୍ସାହନ
ଓଡ଼ିଶାରେ ସେମିକଣ୍ଡକ୍ଟର କାରଖାନା ଲାଗି ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ୍କୁ ୫୦ ପ୍ରତିଶତ ଇନସେଣ୍ଟିଭ୍ ଦିଆଯିବ । ପୂର୍ବରୁ ସରକାର ୩୦ ପ୍ରତିଶତ ଦେଉଥିଲେ, ୨୦ ପ୍ରତିଶତ ଟପଅପ୍ ଆକାରରେ ଦିଆଯିବ । ଏଥିପାଇଁ ୨ଟି ପର୍ଯ୍ୟାୟ ୧୧୦ କୋଟି ଖର୍ଚ୍ଚ ହେବ । ୭୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।
ଷୋଡ଼ଶ ଅର୍ଥ କମିଶନ
ଫେବ୍ରୁଆରି ୫, ୬ ଓ ୭ରେ ଷୋଡ଼ଶ ଅର୍ଥ କମିଶନ ଓଡ଼ିଶା ଆସିବେ । ଅର୍ଥ କମିସନଙ୍କ ନିକଟରେ ଓଡ଼ିଶା ନିଜର ଦାବି ଉପସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ୨୦୨୬ରୁ ୨୦୩୧ ବର୍ଷରେ ଉନ୍ନତିକରଣ କାର୍ଯ୍ୟ ଲାଗି ଅର୍ଥ କମିସନଙ୍କ ନିକଟରେ ଅର୍ଥ ଦାବି କରାଯିବ । ଓଡ଼ିଶା ପାଇଁ ୫ ବର୍ଷ ଲାଗି ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ।
-
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା












Click it and Unblock the Notifications