ରାଜ୍ୟ କ୍ୟାବିନେଟ୍: ୫ ପ୍ରସ୍ତାବ ପାରିତ, ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ନିଷ୍ପତ୍ତି
ରାଜ୍ୟ କ୍ୟାବିନେଟ୍ରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ। 'ସୁଭଦ୍ରା' ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି । ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ନିଷ୍ପତ୍ତି । ଏଯାବତ ମୋଟ୍ ୧ କୋଟି ୨ ଲକ୍ଷ ଆବେଦନ ଆସିଛି । ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଛନ୍ତି ।

କ୍ୟାବିନେଟରେ ସୁଭଦ୍ରା ସଂକ୍ରାନ୍ତ ଯୋଜନାରେ ହୋଇଛି ସଂଶୋଧନ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ମୋଟ ୬୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମଳିସାରିଥିବାବେଳେ , ୨ ଲକ୍ଷ ୬୭ ହଜାର ମହିଳାଙ୍କ ସୁଭଦ୍ରା ଆବେଦନ ଖାରଜ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁୂଜାରୀ । ତେବେ ରିଜେକ୍ଟ ଘଟଣାକୁ ନେଇ ବ୍ୟସ୍ତ ନହେବାକୁ ଆଶ୍ୱସ୍ତ କରିବା ସହ ଖାରଜ ହେବାର କାରଣ ଯାଞ୍ଚ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସୁଭଦ୍ରା ଯୋଜନାରେ ଏବେଯାଏଁ ୧ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିସାରିଥିବାବେଳେ ଏହାକୁ ନେଇ ରାଜ୍ୟ ମହିଳାଙ୍କ ମଧ୍ୟରେ ଭିନ୍ନ ଧରଣର ଉତ୍ସୁକତା ରହିଛି ।












Click it and Unblock the Notifications