ଗୃହରେ ରାଜ୍ୟ କାମଚଳା ବଜେଟ ଉପସ୍ଥାପିତ; ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ ?
ରାଜ୍ୟ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୨୪-୨୫ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପିତ ହୋଇଛି । ରାଜ୍ୟ ଅଭିବୃଦ୍ଧି ହାର ୭୮.୨୫ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ତେବେ ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ହୋଇଛି । ନିର୍ବାଚନ ପାଇଁ କାମଚଳା ବଜେଟର ପରିମାଣ ୧ ଲକ୍ଷ ୧୮ ହଜାର କୋଟି ରହିଛି । ରାଜ୍ୟ ସରକାର ଏହି ବଜେଟ୍ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମଶନ୍ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ।

ତେବେ ପଢନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ ?
ପଞ୍ଚାୟତିରାଜ ବିଭାଗ ୨୨ ହଜାର ୫୪୩ କୋଟି
ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୯ ହଜାର ୭୨୯ କୋଟି
ଜଳ ସମ୍ପଦ ବିଭାଗ ପାଇଁ ୧୩ ହଜାର ୨୬୭ କୋଟି
ଯୋଜନା ଓ ସଂଯୋଜନା ପାଇଁ ୧୨ ହଜାର ୪୩ କୋଟି
ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି
ଉଚ୍ଚଶିକ୍ଷା ପାଇଁ ୩୪୬୯.୮୩ କୋଟି
ରାଜସ୍ୱ ବିପର୍ଯ୍ୟ ପରିଚାଳନା ୩୯୭୦.୨୯ କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୪ ହଜାର ୭୬୪ କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯ ହଜାର ୩୩୦ କୋଟି
ଗୃହ ବିଭାଗ ପାଇଁ ୮ ହଜାର ୬୪୧ କୋଟି
ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି
ପର୍ଯ୍ୟଟନ ପାଇଁ ୮୧୭.୯୫ କୋଟି
ନିର୍ମାଣ ବିଭାଗ ପାଇଁ ୧୦ ହଜାର ୯୫୦ କୋଟି












Click it and Unblock the Notifications