For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟ ବଜେଟ୍ ବିକାଶମୁଖୀ ଓ ଜନମଙ୍ଗଳକାରୀ: ଅର୍ଥମନ୍ତ୍ରୀ

ବିଧାନସଭା ମୌସୁମୀ ଅଧିବେସନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହା ପରେ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ବଜେଟରେ ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ଓ ମୋ ସରକାରର ସଫଳ ରୂପାୟନ ପ

|

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେସନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହା ପରେ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ବଜେଟରେ ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ଓ ମୋ ସରକାରର ସଫଳ ରୂପାୟନ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଏହା ଏକ ପ୍ରଗତିଶୀଳ , ବିକାଶମୁଖୀ ଓ ଜନମଙ୍ଗଳକାରୀ ବଜେଟ୍ ।

Odisha Budget

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆହୁରି କହିଛନ୍ତି, ବଜେଟରେ ଉତ୍ତମ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା, ଗୁଣାତ୍ମକ ଶିକ୍ଷା, ଜୀବନ ଓ ଜୀବିକାର ବ୍ୟବସ୍ଥା, ଜନସାଧାରଣଙ୍କୁ ସେବା ଯୋଗାଇ ଦେବାର ମାନ ବଜାୟ ରଖିବା, ଭିଭିଭୂମି ବିକାଶ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ଵ ଦିଆଯାଇଛି । 2022-23 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟର ଆକାର ପ୍ରଥମଥର ପାଇଁ 2 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ଆମ ପାଇଁ ଏକ ବଡ ଉପଲବ୍ଧି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ତେବେ ବଜେଟ ଅଟକଳ ମଧ୍ୟରୁ ପ୍ରଶାସନିକ ବ୍ୟୟ ନିମନ୍ତେ 89 ହଜାର 5 ଶହ 90 କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ 1 ଲକ୍ଷ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ପାଣ୍ଠି ନିମନ୍ତେ ଓ ହଜାର 2 ଶହ 10 କୋଟି ଟଙ୍କା ଏବଂ ରାଜ୍ୟରୁ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ହସ୍ତାନ୍ତର ପାଇଁ 7 ହଜାର 2 ଶହ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । 2022-23 ଆର୍ଥିକ ବର୍ଷରେ ମୋଟ କାର୍ଯ୍ୟକ୍ରମ ବ୍ୟୟ 1 ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି ଯାହାକି 2021-22 ଆର୍ଥିକ ବର୍ଷ ତୁଳନାରେ 33 ପ୍ରତିଶତ ଅଧିକ । ପୁଞ୍ଜି ବ୍ୟୟ ବାବଦକୁ 38 ହଜାର 7 ଶହ 32 କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ( GSDP ) ର 5 ଦଶମିକ 4 ପ୍ରତିଶତ । ଚଳିତ ଆର୍ଥିକ ବର୍ଷରେ ଏହି ବାବଦକୁ ଥିବା ଆବଣ୍ଟନ ବିଗତ ବର୍ଷଠାରୁ 56 ପ୍ରତିଶତ ଅଧିକ ।

ସ୍ବାସ୍ଥ୍ୟ କ୍ଷେତ୍ରରେ 12 ହଜାର 6 ଶହ 24 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ 2 ହଜାର 6 ଶହ 64 କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ " ଅଧ୍ଵନରେ 2 ହଜାର 3 ଶହ 25 କୋଟି ଟଙ୍କା ଏବଂ ସ୍ବାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ ଯୋଜନା ଅଧୀନରେ 3 ଶହ 12 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ କାର୍ଯ୍ୟକଳାପ ପାଇଁ 2 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ମହାସଂଘଗୁଡିକ ପାଇଁ 7 ଶହ 73 କୋଟି ଟଙ୍କା ଏବଂ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ 1 ଶହ 76 କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ 27 ହଜାର 3 ଶହ 24 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥରେ ମୋ ସ୍କୁଲ ଅଭିଯାନ, ସ୍ମାର୍ଟ ଶ୍ରେଣୀ କକ୍ଷ , ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଇତ୍ୟାଦି ଯୋଜନା ପାଇଁ ଆବଶ୍ୟକ ବ୍ୟବସ୍ତା କରାଯାଇଛି ।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ 21 ହଜାର 1 ଶହ 66 କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ବିଶ୍ବସ୍ତରୀୟ ଭିତ୍ତିଭୂମିର ପ୍ରତିଷ୍ଠା ତଥା ଶିଳ୍ପ , ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟ ଅପ ଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ପାଇଁ 2022-23 ବଜେଟ୍ ଅଟକଳରେ 1 ହଜାର 2 ଶହ 69 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି , ଯାହା ପୂର୍ବ ବର୍ଷର ବ୍ୟୟ ବରାଦ ତୁଳନାରେ ପ୍ରାୟ 29 ପ୍ରତିଶତ ଅଧିକ ଅଟେ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ଅଧୀନରେ 2 ହଜାର 3 ଶହ 89 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହା ସହିତ ଜଳ ଜୀବନ ମିଶନ ଅଧୀନରେ 6 ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
State Budget is a Development and Welfare Budget: Finance Minister
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X