State Budget 2024; ଆୟୁଷ୍ମାନ ଭାରତ ପାଇଁ ୫୦୦ କୋଟି
ଆୟୁଷ୍ମାନ ଭାରତ ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାତ ହୋଇଛି । ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ। ବିଧାନସଭାରେ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଉଛି ପୂର୍ଣ୍ଣାଙ୍ଗ ବଜେଟ।

ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିିଛି।
ବଜେଟ ଅଭାଭାଷରେ ସେ କହିଛନ୍ତି ଯେ, ଆମ ପ୍ରଧାନମନ୍ତ୍ରୀ ୪ଟି ବର୍ଗକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ। ସେହି ପରି ଆୟୁଷ୍ମାନ ଭାରତ ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାତ ହୋଇଛି ।












Click it and Unblock the Notifications