ଓଡିଶାବାସୀଙ୍କୁ ଧନ୍ୟବାଦ୍ ଜଣାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଓଡ଼ିଶାବାସୀଙ୍କୁ ଧନ୍ୟବାଦ୍ ଜଣାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଭୁବନେଶ୍ୱରରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବ । ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧିତ କରୁଛି ଦଳ । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

manamohan samal

ଏହାସହ ମନମୋହନ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ଓଡ଼ିଶାବାସୀ ଚାହିଁଥିଲେ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢିବ ବିଜେପି ସରକାର । ନିର୍ବାଚନ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଛୁ ତାହାକୁ ପୂରା କରିବୁ ।

ବିଜେପି ସରକାରକୁ ଆସିବାର ଘଣ୍ଟା ମଧ୍ୟରେ କ୍ୟାବିନେଟ ବୈଠକ କରି ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଗଲା ଏବଂ ଏହାକୁ ପୂରା କରାଗଲା । ଜଗନ୍ନାଥଙ୍କ ପାଇଁ ଯେପରି ଅର୍ଥର ଅଭାବ ରହିବନି ସେଥିପାଇଁ ୫୦୦ କୋଟି ଟଙ୍କାର ରିଭଲିଂ ଫଣ୍ଡ କରିଛୁ । ଧାନର ଏମଏସପି ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହା କେବଳ ଟ୍ରେଲର ଥିଲା ଆଗାମୀ ୧୦୦ ଦିନ ମଧ୍ୟରେ ପୂରା ଫିଲ୍ମ ଦେଖିବ ଓଡ଼ିଶା । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖି କାମ ହେବ । ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ୱ ନିଆଯିବ । କେହି ଗରିବ ରହିବେନି କି ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ ।

ସରକାର ଆସିବା ସହଜ । ଲୋକଙ୍କ ଆଶୀର୍ବାଦରେ ସରକାରକୁ ଆସିଛୁ । କିନ୍ତୁ ଏହାକୁ ଚଲାଇବା ବହୁତ କଷ୍ଟ । ଆଗାମୀ ୫ ବର୍ଷ ଦିନ ରାତି ପରିଶ୍ରମ କରି ସରକାରଙ୍କ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବା । ଓଡ଼ିଶାର ୩ ଜଣ ସାଂସଦଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନମୋହନ ସାମଲ । ଏହାସହ ମନମୋହନ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ସଙ୍ଗଠନକୁ ଏତେ ଶକ୍ତିଶାଳୀ ଓ ସଙ୍ଗଠିତ କରିବା ଯେ, ଆଗାମୀ ୨୫ରୁ ୩୦ ବର୍ଷ ଯାଏଁ ଯେପରି ବିଜେପି ସରକାରକୁ କେହି ଛୁଇଁପାରିବେନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+