ନିର୍ବାଚନ ପାଇଁ ପ୍ରସ୍ତୁତି ହେଲା ରାଜ୍ୟ ବିଜେପି, ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ , ଲାଗିବ ମୋହର
ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରାଜ୍ୟ ବିଜେପି । କାଲି ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ବିଜେପି। ଶନିବାର ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ନିର୍ବାଚନ କମିଟି ବୈଠକରେ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର କରିଛି। ନିର୍ଦ୍ଧାରିତ ୧୪୭ ଏମଏଲଏ, ୨୧ ଏମ୍ପି ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର ହୋଇଛି। ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ର ସଂସଦୀୟ ବୋର୍ଡକୁ ପଠାଯିବ। ତେବେ ମୋହର ବାଜିବା ପରେ ରାଜ୍ୟ ଭାଜପା ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ।

ଏହାସହ ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କୁ ମୋଦି ଲେଖିଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ଯୋଜନା।
ଗତକାଲି ଭୁବନେଶ୍ୱର ଅଫିସରେ ସବୁ ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳେ ପ୍ରଥମେ ରାଜ୍ୟ କୋର୍ କମିଟି ଓ ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ହୋଇଥିଲା। ଏହି ବୈଠକରେ ୨୦୨୪ ନିର୍ବାଚନ ଏକମାତ୍ର ଫୋକସ୍ ଥିଲା। ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସବୁ ବିଧାନସଭା ଓ ଲୋକସଭା ପାଇଁ ରାଜ୍ୟ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ଏହାର ସବିଶେଷ ରିପୋର୍ଟ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବ। ଏହା ସହିତ ବୈଠକରେ ମୋଦି ସରକାରର ୧୦ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇବ, ଏ ସଂପର୍କରେ ଲୋକଙ୍କର ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି।


Click it and Unblock the Notifications
