ଆଜି ରାଜ୍ୟର ଓକିଲ ସଂଘ ନିର୍ବାଚନ, ୩୩ ହଜାରରୁ ଅଧିକ ଆଇନଜୀବୀ ଦେବେ ଭୋଟ

କଟକ:ଆଜି ରାଜ୍ୟର ସମସ୍ତ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ । 'ୱାନ୍ ବାର ୱାନ୍ ଭୋଟ' ନିୟମ ଅନୁସାରେ ମୋଟ୍ ୧୫୩ଟି ବାର୍ ଆସୋସିଏସନରେ ଗୋଟିଏ ଦିନରେ ମତଦାନ ହେଉଛି । ୩୩ ହଜାରରୁ ଅଧିକ ଆଇନଜୀବୀ ଭୋଟ ଦେବେ । ହାଇକୋର୍ଟ ବାର୍ ଆସୋସିଏସନର ମଧ୍ୟ ନିର୍ବାଚନ ହେବ । ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।
ସୂଚନାଥାଉ ଯେ, ହାଇକୋର୍ଟ ବାର୍ ଆସୋସିଏସନ ସଭାପତି, ସମ୍ପାଦକ, ୯ଟି ଏକଜିକ୍ୟୁଟିଭ୍ ସଦସ୍ୟକୁ ମିଶାଇ ମୋଟ୍ ୧୫ଟି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ହାଇକୋର୍ଟ ବାର୍ ଆସୋସିଏସନର ୪.୨୯୭ ଭୋଟର ମତଦାନ କରିବେ ।
ମତଦାନ ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ହଲରେ ୩୭ଟି ବୁଥର ବ୍ୟବସ୍ଥା କରାଯାଇଛି । ମତଦାନର ଏକ ଘଣ୍ଟା ପରେ ଭୋଟ ଗଣତି ଆରମ୍ଭ କରାଯିବ । ସେହିପରି ୯୦ରୁ ଅଧିକ ବ୍ୟକ୍ତି ଘରେ ରହି ନିଜ ମତଦାନ କରିବେ ଯେଉଁଥି ପାଇଁ ସମ୍ପୁର୍ଣ୍ଣ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications