ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ବାହିନୀପତି

ବିଧାନସଭାରେ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡ଼ିୟମ୍ ମାଇକ୍ ଭାଙ୍ଗିଦେଲେ ତାରା । SC/ST ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ତାରା ଏଭଳି ବିଶୃଙ୍ଖଳିତ ଆଚରଣ କରିଥିଲେ । ନାରୀ ନିର୍ଯାତନା ଅଭିଯୋଗରେ କଂଗ୍ରେସ ସଦସ୍ୟ ହୋହଲ୍ଲା କରିବା ସହ ଗୃହରେ ହଟ୍ଟଗୋଳ କରିଥିଲେ ।

tarabahini pati

ତାରା ଚେତାବନୀ ଦେଇ କହିଛନ୍ତି, ବାଚସ୍ପତିଙ୍କୁ ଚକୋଲେଟ୍ ଦେଲୁ, ଆବଶ୍ୟକ ପଡିଲେ ଗୋବର ମାଡ଼ ହେବ । ବିରୋଧୀ ପ୍ରତିବାଦ କରୁଥିଲେ ବି ଶାସକ ଦଳ ଏବଂ ବାଚସ୍ପତି ଶୁଣୁନାହାନ୍ତି, ଗୃହକୁ ଚଲାଉଛନ୍ତି । ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନରଖିବା ଯାଏଁ କଂଗ୍ରେସ ପ୍ରତିବାଦ ଜାରି ରଖିବ । ସୋମବାର ବାଚସ୍ପତିକୁ ଚକୋଲେଟ ଦେଇ କହିଲୁ, ଦରକାର ପଡିଲେ ଗୋବର ମାଡ଼ ବି ହୋଇପାରେ । କକ୍ଷତ୍ୟାଗ ପରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ ଜାରି ରଖିଥିଲା କଂଗ୍ରେସ ।

ସେପଟେ ଦୁଇ ଦିନ ପରେ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ସୋମବାର ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ପରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପୋଷ୍ଟର ଏବଂ ପ୍ଲାକାର୍ଡ ଧରି କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ରାଜ୍ୟରେ ନାରୀ ଅସୁରକ୍ଷିତ, ନାରୀ ନିର୍ଯାତନା ବନ୍ଦ କର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନାରା ଦେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପରେ ଗୃହ କାର୍ଯ୍ୟ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଅପରାହ୍ନରେ ବିଧାନସଭା ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+