ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଭଦ୍ରକରେ ଗଣଦୌଡ଼; ମନମୋହନ ସାମଲ ଓ ସୂର୍ଯ୍ୟବଂଶୀ ସୂରଜ ହେଲେ ସାମିଲ୍

ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ପାଇଁ ପ୍ରସ୍ତୁତି ଆରମ୍ଭ । ପବିତ୍ର ଶ୍ରୀରାମ ନବମୀ ପୂର୍ବରୁ ମାତୃଭୂମି ପାଇଁ ଗଣଦୌଡ଼ ଆଜି ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଆୟୋଜିତ ଏହି ଗଣଦୌଡ଼ରେ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଠାରୁ ଆରମ୍ଭ କରି ବହୁ ରାଜନୈତିକ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି ।

ଏଥିରେ ରାଜ୍ୟ ବିଜେପି ସଭାପତି ମମୋହନ ସାମଲ, ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ସମସ୍ତ ରାଜନୈତିକ ଦଳର ନେତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ଗଣଦୌଡ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା।

Sriram Mahayagna Samiti

ଐତିହାସିକ ଶ୍ରୀରାମ ନବମୀ ପାଇଁ ଆଜି ଠାରୁ ଗଣଦୌଡ଼ ପରେ ଅନେକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଜଣାଯାଇଛି।

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ତାରିଣୀ ମନ୍ଦିର ଠାରୁ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏହି ଗଣଦୌଡ଼ ଆୟୋଜିତ ହୋଇଥିଲା। ମାତୃଭୂମିର ସେବା, ସ୍ଵାଭିମାନ ଓ ଅଖଣ୍ଡତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ତରଫରୁ ଏହି ଗଣଦୌଡ଼ କରାଯାଉଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳ ମତ ନିର୍ବିଶେଷରେ ସ୍ବେଚ୍ଛାସେବୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ।

ଏଥିରେ ରାଜ୍ୟ ବିଜେପି ସଭାପତି ମମୋହନ ସାମଲ, ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ସମସ୍ତ ରାଜନୈତିକ ଦଳର ନେତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ଗଣଦୌଡ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା। ଐତିହାସିକ ଶ୍ରୀରାମ ନବମୀ ପାଇଁ ଆଜି ଠାରୁ ଗଣଦୌଡ଼ ପରେ ଅନେକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+