ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ବିଜେଡିକୁ ଟାର୍ଗେଟ କଲେ ଶ୍ରୀମୟୀ
ବିଜେଡିକୁ ପୁଣି ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ଟାଇଟନିକ୍କୁ ସଂପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କହି ଟାର୍ଗେଟ୍। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ହମ୍ଲା । ନାଁ ନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନଙ୍କୁ ମାରିଲେ ବାଣ ।ଦଳରେ ମିଶି ରାଜ୍ୟସଭା ଯିବାକୁ ଗୋଟାଉଛନ୍ତି ଶକ୍ତି' । ଏଣ୍ଟ୍ରି ହୋଇଗଲେ ପୁଣି ହେବ ନୂଆ ସମୀକରଣ । ଜାମସେଦପୁର ପାଣି ପବନରେ ଯିଏ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିବ ।
ଇଲେକ୍ସନ କମିଶନ ବେଡ଼ି ପକାଇଥିଲେ, ଏବେ ନୂଆ ପରିଚୟ ଅପେକ୍ଷାରେ ।

'ଶକ୍ତିନାନୀଙ୍କ ଚାଟଶାଳୀରେ ବରିଷ୍ଠ ନେତା ଟ୍ୟୁସନ ହେବାର ରାଜ୍ୟବାସୀ ଦେଖିଲେ । ଓଡ଼ିଶା ବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ଦେଖାଯାଉ । ନବୀନ ବାବୁ କହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ । ଶକ୍ତିନାନୀଙ୍କୁ BJDରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କରାଉଛି କିଏ? ।












Click it and Unblock the Notifications