ପୁଣି ସୋସିଆଲ ମିଡିଆରେ ବର୍ଷିଲେ ଶ୍ରୀମୟୀ; କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ

ପୁଣି ସୋସିଆଲ ମିଡିଆରେ ବର୍ଷିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର। ପରୋକ୍ଷରେ ପାଣ୍ଡିଆନଙ୍କୁ ଶ୍ରୀମୟୀ ଟାର୍ଗେଟ କରିଛନ୍ତି। ଏପରିକି କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ କରିଛନ୍ତି। ଶ୍ରୀମୟୀ କହିଛନ୍ତି, କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ।ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର। ଜୟ ଢୋଲକିଆ ଭାଜପା ସାମିଲ ହେବା ଚର୍ଚ୍ଚା ମଧ୍ୟରେ ଶ୍ରୀମୟୀଙ୍କ ପୋଷ୍ଟ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।

Srimayi

ସେପଟେ ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ ପଡ଼ିଯାଇଛନ୍ତି। ଏହି ସମୟରେ ଖବର ଆସିଛି କି ଆଜି ଭାଜପାରେ ମିଶିପାରନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଜୟ ଢୋଲକିଆ ପଦ୍ମ ଧରିପାରନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ଚର୍ଚ୍ଚା ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+