ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର, ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ୱର: ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର । ମୁଖ୍ୟମନ୍ତ୍ରୀ ଶ୍ରିମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଅଶୋକ ପଣ୍ତା । ଯାହା ପରେ ରାଜନୈତିକ ମାହୋଲରେ ଚର୍ଚ୍ଚା ଜୋର ଧରିଛି । ଶ୍ରୀମୟୀ ମିଶ୍ର ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ହେବା ଚର୍ଚ୍ଚା କିଛି ନୂଆଁ ନୁହେଁ, କାରଣ ସାଂସଦ ଅପରାଜିତା ଷଡଙ୍ଗୀ ଯେକୌଣସି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରନ୍ତି ତାର କଡା ଜବାବ୍ ଦେଇଥାନ୍ତି ଶ୍ରୀମୟୀ ।

କିଛି ଦିନ ପୂର୍ବରୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀ ମିଶ୍ର ଯୋଗ ଦେଇଥିଲେ ଯେଉଁଠି ତାଙ୍କୁ ଭୁବନେଶ୍ୱର ସାଂସଦ ଭାବେ କହି ସ୍ଲୋଗାନ ଦେଇଥିଲେ ବିଜେଡି କର୍ମୀ ।
ତେବେ ବର୍ତ୍ତମାନ ମନ୍ତ୍ରୀ ଅଶୋକ ପଣ୍ତାଙ୍କ ଘୋଷଣା ପରେ ଶ୍ରୀମୟୀ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇସାରିଛି । ସେହିପରି ବିଜେପିରୁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପୁଣି ଥରେ ଟିକେଟ୍ ଦେଇପାରେ ବୋଲି ଆଶା କରାଯାଉଛି ।












Click it and Unblock the Notifications