ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଲେ ଶ୍ରୀମୟୀ ମିଶ୍ର, କହିଲେ ଗଣତନ୍ତ୍ରର ଅପମାନ
ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ଏହା ଗଣତନ୍ତ୍ରର ଅପମାନ ବୋଲିସୋସିଆଲ ମିଡ଼ିଆ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି। ଶ୍ରୀମୟୀ କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ। ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ। ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ୍। ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ। ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଯାହାକି ଗଣତନ୍ତ୍ର ପ୍ରତି ଅପମାନ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।













Click it and Unblock the Notifications