For Quick Alerts
Turn On Notification  
For Daily Alerts
Oneindia App Download

ଖୋଲିଲା ଶ୍ରୀମନ୍ଦିର: ଜାନୁଆରୀ ୩ରୁ ସର୍ବସାଧାରଣ କରିବେ ଦର୍ଶନ, ଜାଣନ୍ତୁ କଣ ରହିଛି ନିୟମ

ଜାନୁଆରୀ ୩ରୁ ସର୍ବସାଧାରଣ କରିବେ ଦର୍ଶନ । ତେବେ ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି ।

|

ପୁରୀ: ଦୀର୍ଘ ୯ମାସ ପରେ ଖୋଲିଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର । ସିଂହ ଦ୍ୱାରରୁ ମହାପ୍ରଭୁଙ୍କୁ ଦେଖି ଭାବ ବିହ୍ବଳ ଭକ୍ତ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଶ୍ରୀମନ୍ଦିର ସେବାୟତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ଜାନୁଆରୀ ୩ରୁ ସର୍ବସାଧାରଣ କରିବେ ଦର୍ଶନ । ତେବେ ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି ।

Jagannath Temple

ନିୟମ ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ମଧ୍ୟ ମନାକରାଯାଇଛି। ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ। ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ଆଣି ଆସିବା ମଧ୍ୟ ଜରୁରୀ। ତେବେ କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ମଧ୍ୟ ମନା।

ତେବେ ପୂର୍ବରୁ ଘୋଷିତ ନିୟମ ସହ ଆଉ କିଛି ନିୟମ ମଧ୍ୟ ଯୋଡିଛି ମନ୍ଦିର ପ୍ରଶାସନ। ମନ୍ଦିର ଭିତରେ ଏବଂ ବାହାରେ ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଜରୁରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀମନ୍ଦିର ମଧ୍ୟରେ ପୂଜାପାଉଥିବା କୌଣସି ପ୍ରତିମାକୁ ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି। ଏଥିସହିତ ମନ୍ଦିର ମଧ୍ୟକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବାକୁ ପଡିବ । ୯୬ ଘଣ୍ଟା ଭିତରେ କୋଭିଡ୍ ରିପୋର୍ଟ ନେଗେଟିଭ ଥିବା ବାଧ୍ୟତାମୂଳକ ହୋଇଛି । ଏପରିକି କୋଭିଡ୍ ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Srimandir Opens Today: New SOP Released For Devotees
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X