Get Updates
Get notified of breaking news, exclusive insights, and must-see stories!

ସ୍ନାନପରେ ଜ୍ବରରେ ପୀଡିତ ଶ୍ରୀଜିଉ,ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି

ଶେଷ ହେଲା ସ୍ନାନଯାତ୍ରା । 108 ଗରା ସୁବାସିତ ଜଳରେ ସ୍ନାନ କଲେ ଚାରି ଠାକୁର। ସ୍ନାନପରେ କାଲିଠାରୁ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବାହୁଡ଼ା ପହଣ୍ଡି ଶେଷ ପରେ ରାତି 2ଟାରେ ଅଣସର ପିଣ୍ଡିକୁ ଠାକୁରମାନଙ୍କୁ ନିଆଯାଇଛି ।

ପୁରୀ: ଶେଷ ହେଲା ସ୍ନାନଯାତ୍ରା । 108 ଗରା ସୁବାସିତ ଜଳରେ ସ୍ନାନ କଲେ ଚାରି ଠାକୁର। ସ୍ନାନପରେ କାଲିଠାରୁ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବାହୁଡ଼ା ପହଣ୍ଡି ଶେଷ ପରେ ରାତି 2ଟାରେ ଅଣସର ପିଣ୍ଡିକୁ ଠାକୁରମାନଙ୍କୁ ନିଆଯାଇଛି । କିଛି ସମୟ ବିଳମ୍ବରେ ଅନୁଷ୍ଠିତ ହୋଇଛି ଏହି ନୀତି । ଅଣସର ଘରକୁ ନେବା ପରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ପରେ ଅଣସର ତାଟି ବନ୍ଧା ଯାଇଥିଲା।

anasara

ଅନ୍ୟପଟେ ଆଜି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। କାରଣ ଅଣସର ସମୟରେ ଶ୍ରୀମନ୍ଦିରରେ ପୂଜା ପାଆନ୍ତି ପଟିଦିଅଁ । ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ମଧ୍ୟ ହୋଇଥାଏ । ଏହି ସମୟରେ ମହାପ୍ରଭୁଙ୍କ ଠାରେ କେବଳ ଫଳ ଆଦି ଲାଗି ହେବ। ଫୁଲୁରୀ ତେଲ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବା ସହ ଗୁପ୍ତ ନୀତିର ଆରମ୍ଭ ହୋଇଥାଏ । ଅଣସର ନୀତି 14 ଦିନ ଧରି ଚାଲିବ। ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ।

ସ୍ନାନ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତଙ୍କୁ ସାହାଣ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ । ହରିବୋଲ,ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହେଉଥିଲା ବଡଦାଣ୍ଡ । ଦୀର୍ଘ ଦୁଇ ବର୍ଷ ପରେ କାଳିଆକୁ ଦେଖି ଭାବବିହ୍ବଳ ହୋଇଯାଇଥିଲେ ଭକ୍ତଗଣ । ଅଣସର ଶେଷ ହେବା ପରେ ଅର୍ଥାତ 14 ଦିନ ପରେ ବଡ ଦାଣ୍ଡରେ ଘୋଷଯାତ୍ରାରେ ପୁଣି ଭକ୍ତଙ୍କୁ ଦର୍ଶନ ଦେବେ ଜଗନ୍ନାଥ ମହାପ୍ରଭୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+