ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ଦାୟିତ୍ଵ ସମ୍ଭାଳିବେ ଶ୍ରୀମନ୍ଦିର ପ୍ରଶାସନ
ଖୋଲିବ ଗୁଣ୍ଡିଚା ମନ୍ଦିର। ଡିସେମ୍ବର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କୌଣସି ସଂସ୍ଥାକୁ ପରିଚାଳନା ନେଇ ଦାୟିତ୍ୱ ଦିଆଯାଇନାହିଁ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ନିଜେ ସମ୍ଭାଳିବ ପରିଚାଳନା ଦାୟିତ୍ୱ

କୋଭିଡ ମହାମାରୀ ଠାରୁ ବନ୍ଦ ରହିଥିଲା ଗୁଣ୍ଡିଚା ମନ୍ଦିର। ଯାହାଫଳରେ ଦୀର୍ଘ ବର୍ଷ ଧରି ଦର୍ଶନରୁ ବଞ୍ଚିତ ରହୁଥିଲେ ସର୍ବସାଧାରଣ । ଆଉ ଏବେ ଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଜବରଦଖଲ ଉଛେଦ କରାଯାଇଛି। ଟେଣ୍ଡର ଦିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜେ ଏହାକୁ ପରିଚାଳନା କରିବ। ଦର୍ଶନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।












Click it and Unblock the Notifications