Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ଶୁଣାଣି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ରାୟ ସଂରକ୍ଷିତ । ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ।

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ରାୟ ସଂରକ୍ଷିତ । ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।

parikrama project

ଅଭିଯୋଗକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାବନୀ ଓ ବିନୟ ନାଭାରେ । ନିଷିଦ୍ଧାଂଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ନିୟନ୍ତ୍ରୀତ ଅଞ୍ଚଳରେ ନିର୍ମାଣ ପାଇଁ ଅନୁମତି ଆବଶ୍ୟକ ରହିଛି ।

ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଏହି ଶୁଣାଣି ହୋଇଥିଲା । ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଏହି ଦୁଇ ପିଟିସନ୍ ଦାୟର ହୋଇଛି ।

ରାଜ୍ୟ ସରକାର ଏନଏମଏର ଏନଓସିକୁ ନେଇ କାମ କରୁଛନ୍ତି । ଏନଏମଏ କିନ୍ତୁ କୌଣସି ଆଇନସିଦ୍ଧ ସାର୍ଟିଫିକେଟ୍ ଦେଇନାହିଁ । ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଅନୁମତି ନଥିବା ବେଳେ ତୃତୀୟ ପକ୍ଷକୁ କାହିଁ କାମ ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇଥିଲେ ଆଇନଜୀବୀ । ଏହା ଆମସାର ଆଇନକୁ ବିରୋଧ କରୁଛି ବୋଲି ଯୁକ୍ତି ରଖିଛନ୍ତି ଆଇନଜୀବୀ । ସେପଟେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଛନ୍ତି ଆଡ଼ଭୋକେଟ୍ ଜେନେରାଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+