Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାତି ଅଧିଆ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରାତି ଅଧିଆ GPRS ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି । ଓବିସିସି, ଏଏସଆଇକୁ ନେଇ ମିଳିତ ଭାବେ ସର୍ଭେ କରିବାକ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରାତି ଅଧିଆ GPRS ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି । ଓବିସିସି, ଏଏସଆଇକୁ ନେଇ ମିଳିତ ଭାବେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେଣୁ ଏଏସ୍ଆଇକୁ ସାଙ୍ଗରେ ନନେଇ ଓବିସିସି କିଭଳି ଏକୁଟିଆ ଜିପିଆର ସର୍ଭେ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଆହୁରି ଦୁଇ ଦିନ ଏଭଳି ଚାଲିବ ବୋଲି କହି ସେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ସମ୍ବିତ ପାତ୍ର ସିଧା ସଳଖ କହିଛନ୍ତି, ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି । ତାହା ଏବେ ସମସ୍ତଙ୍କ ସାମ୍ନାରେ ପ୍ରମାଣିତ । ସିଂହ ମୂର୍ତ୍ତୀ ଭାଙ୍ଗିବା ଖବର ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଏବେ GPRS କରାଯାଉଛି ।

Sambit Patra

ଏପଟେ ରାତି ଅଧିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ ଆରମ୍ଭ ହୋଇଛି ଜିପିଆର ସର୍ଭେ । ଓବିସିସି ଚିଠି କ୍ରମେ ଗୁଜରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡ଼ିଛି । ଏମାର ମଠ ଜାଗାରେ ମଧ୍ୟ ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା । ଖୋଳତାଡ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର ସର୍ଭେ ବୋଲି ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ପିନାକୀ ମିଶ୍ର ନିଜ ଟ୍ୱିଟ୍‌ରେ କହିଥିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ GPRS କରାଯାଇଥିଲା । ଏହାର ରିପୋର୍ଟ ମଧ୍ୟ ଅଛି । ସଠିକ୍ ସମୟରେ ଏହାକୁ ଦେଖାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+