ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ସମସ୍ତ ପିଟିସନକୁ ଖାରଜ କଲେ ହାଇକୋର୍ଟ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି।
କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଉ କିଛି ପ୍ରାସଙ୍ଗିକତା ନଥିବା ହାଇକୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ, ପୁରୀ ପରିକ୍ରମା ପ୍ରକଳ୍ପ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଇଥିଲେ 'ସୁପ୍ରିମ' ଫୈସଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିବା ସହ କାର୍ଯ୍ଯ ଜାରି ରଖିବା ପାଇଁ ସର୍ବେଚ୍ଚ ନ୍ୟାୟାଳୟ ନିଜ ରାୟରେ ଶୁଣାଇଥିଲେ। ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏଥି ସହିତ ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ନିଜସ୍ୱ ପ୍ରଚାର ପାଇଁ ଏହି ଦୁଇଜଣ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଥିଲେ।












Click it and Unblock the Notifications