ବାତ୍ୟା ‘ୟଶ’ କୁ ନେଇ ବାଲେଶ୍ୱର, ଭଦ୍ରକରେ SRCଙ୍କ ସମୀକ୍ଷା ବୈଠକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବାଲେଶ୍ୱରରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ‘ୟଶ’ ପ୍ରଭାବରେ ଓଡ଼ିଶାର ଦୁଇଟି ଜିଲ୍ଲା ପ୍ରଭାବିତ ହେବ ।

ବାଲେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବାଲେଶ୍ୱରରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା 'ୟଶ' ପ୍ରଭାବରେ ଓଡ଼ିଶାର ଦୁଇଟି ଜିଲ୍ଲା ପ୍ରଭାବିତ ହେବ । ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା ପାଇଁ ବାଲେଶ୍ୱର ଓ ଭଦ୍ରକ ଗସ୍ତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସମୟରେ ଝଡ଼ ହେଲେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ତାର ଅନୁଧ୍ୟାନ କରିଛନ୍ତି ଏସଆରସି ।

SRC

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା 'ୟାସ୍‌' ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ମେ' ୨୬ ସନ୍ଧ୍ୟାରେ ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଦେଇ ଯିବ। ଏହି ସମୟରେ ୧୫୫-୧୬୫ କିଲୋମିଟର ବେଗରେ ପବନ ବହିବ। ସର୍ବାଧିକ ବେଗ ୧୮୫ କିଲୋମିଟର ରହିବ ବୋଲି ସମ୍ଭାବନା ରହିଛି।

ସେହିଭଳି ବାତ୍ୟା ସମୟରେ ବିଦ୍ୟୁତ ଯୋଗାଣର ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସମସ୍ତ କୋଭି୍‌ଡ କେଆର ସେଣ୍ଟର, କୋଭିଡ୍‌ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ମୁଖ୍ୟତଃ ଡିସ୍କମ କମ୍ପାନୀ ଟାଟାକୁ ଅଧିକ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି ।

ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଲେ ତୁରନ୍ତ ସମାଧାନ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ବାତ୍ୟା ପରେ ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ କରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଟିମ ପାଖରେ ରହିବ ଓ ସେମାନେ ରାସ୍ତା ସଫାକରି ବିଦ୍ୟୁତ ସରାବରାହକୁ ଠିକ କରିବେ । ବାତ୍ୟା ସମୟରେ ଗ୍ରାଉଣ୍ଡ ଲେଭଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ ଭାବେ ମିଳିବ, ସେନେଇ ବ୍ୟବସ୍ଥା କରାଯାଇଥିବା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+