ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା
ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କା ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରାଯାଇଛି ।
ଭୁବନେଶ୍ବର: ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କା ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରାଯାଇଛି । ସୁବର୍ଣ୍ଣରେଖାରେ ଆସୁଥିବା ବଡ ବନ୍ୟାର ମୁକାବିଲା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏହି କ୍ଷମତା ଦିଆ ଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏଥିସହ ବାଲେଶ୍ୱରରେ ଏକ ହେଲିକପ୍ଟର ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣରେଖାରେ ବଡଧରଣର ବନ୍ୟା ଆସିଥିବାରୁ ବନ୍ୟାଞ୍ଚଳରେ ରିଲିଫ୍, ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ପାଇଁ ଜିଲ୍ଲାପାଳ ତତକ୍ଷଣାତ୍ ନିଜେ ନିଷ୍ପତ୍ତି ନେଇପାରିବେ। ଏମିତିକି ଜରୁରୀ ସମୟରେ ହେଲିକପ୍ଟର ବି ନିୟୋଜିତ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କୁ ଏହି ସ୍ଵତନ୍ତ୍ର କ୍ଷମତା ମିଳିଛି। ଆଜି ସକାଳୁ ସୁବର୍ଣ୍ଣରେଖା ଅବବାହିକା ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସବିଶେଷ ସୂଚନା ମୁତାବକ ସୁବର୍ଣ୍ଣରେଖା ବିପଦ ସଂକେତ ଟପିବାକୁ ଆଉ କିଛି ଘଣ୍ଟା ବାକି ଅଛି। ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଏବେ ୧୦ ମିଟର ପହଞ୍ଚିଗଲାଣି।
ଝାଡ଼ଖଣ୍ଡର ଗାଲୁଡିହ ଡ୍ୟାମୀ ପ୍ରାୟ ୬ ଲକ୍ଷ କୁ୍ୟସେକ ପାଣି ଆସୁଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଦ୍ୱାରା ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ । ଏହି ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ । ଆଜି ଅପରାହ୍ନରୁ ପ୍ରଭାବ ପଡ଼ିବ, କାଲି ସଂଧ୍ୟା ପର୍ଯ୍ୟନ୍ତ ରହିବ ।
ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ମୁତୟନ ହେବେ ଏନଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୪୦ଟି ଟିମ୍ । ଆଜି ଅପରାହ୍ନରୁ କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ପ୍ରଭାବ ରହିବ ବୋଲି କହିଛନ୍ତି ଏସଆରସି । ତେବେ ବୁଢ଼ାବଳଙ୍ଗରେ ପାଣି ଖସୁଥିବାରୁ ବନ୍ୟା ଆଶଙ୍କା ନ ଥିବା ବେଳେ ବୈତରଣୀ ପାଇଁ ଯାଜପୁର ଓ ଭଦ୍ରକକୁ ଆଲର୍ଟ କରାଯାଇଛି । ବ୍ରାହ୍ମଣୀ ଉପରେ ନଜର ରଖାଯାଇଥିବା ବେଳେ ମହାନଦୀ ଅବବାହିକାରେ ସ୍ଥିତି ସୁଧୁରୁଛି ଓ ଆଗକୁ ବନ୍ୟା ହେବାର ସମ୍ଭାବନା ନ ଥିବା ଏସଆରସି କହିଛନ୍ତି ।












Click it and Unblock the Notifications