ସାଧାରଣତନ୍ତ୍ର ଦିବସ ଗାଇଡଲାଇନ: ଜାଣନ୍ତୁ, ପତାକା ଉତ୍ତୋଳନରେ ସାମିଲ ହେବେ କେତେ ଜଣ ?

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। କୋଭିଡ କଟକଣା ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। କୋଭିଡ କଟକଣା ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ୧୦ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ପାଳନ କରାଯିବ ।

Republic Day 2022

ସୀମିତ ଲୋକ ଚାହିଁଲେ ଘରେ ପତାକା ଉତ୍ତୋଳନ କରିପାରିବେ । ଏହି ସମୟରେ ୫ଜଣ ହିଁ ରହିପାରିବେ । ବେସରକାରୀ ଅନୁଷ୍ଠାନ ଓ କ୍ଲବ୍‌ରେ ଗଣତନ୍ତ୍ର ଦିବସ ପାଳନ ବେଳେ ୧୦ରୁ ଅଧିକ ଲୋକ ଉପସ୍ଥିତ ରହିବେନି । ପତାକା ଉତ୍ତୋଳନ ସମୟରେ ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସରେ ନିଜ ଜିଲ୍ଲାରେ କୌଣସି ନେତା ଓ ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇପାରିବେ ନାହିଁ। ଏପରିକି ସରକାରୀ ଯୋଜନା ପ୍ରଚାର ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ଗାଇଡଲାଇନ ଜାରି କରିଥିଲେ।

ଗାଇଡଲାଇନ ଅନୁସାରେ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ଗାଇଡଲାଇନ୍ ଅନୁସାରେ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି। ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେଉଥିବା ନେତା ଓ ମନ୍ତ୍ରୀ ନିଜ ଭାଷଣକୁ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଓ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରଖିବେ। ଏଥିରେ କୌଣସି ପ୍ରକାରର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+