ପର୍ବପର୍ବାଣି ପାଇଁ ଆସିଲା ସ୍ୱତନ୍ତ୍ର ନିର୍ଦ୍ଦେଶାନାମା : ଏହି ସବୁ ପର୍ବ ଉପରେ ଲାଗିଲା କଟକଣା
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ଛଅଟି ପର୍ବ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟରେ ଗତ ଦୁଇ ଦିନ ହେଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ପାର୍ ହେଉଛି । ଯାହାକୁ ଚିନ୍ତା ବଢିଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ଛଅଟି ପର୍ବ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

ଏହା ଅନୁଯାୟୀ ଗୁଡ଼୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମ ନବମୀ ଆଦି ଉପରେ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କରିଛନ୍ତି ରାଜ୍ୟ ସରକାର । ଏହି ପର୍ବ ପାଳନ ସମୟରେ ସର୍ବସାଧାରଣରେ କେହି ଏକାଠି ହୋଇ ପାରିବେ ନାହିଁ । ଜନଗହଳିରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।












Click it and Unblock the Notifications