ବନ୍ୟା ସମୟରେ ବାହାଦୁରି ନ ଦେଖାଇବାକୁ SRCଙ୍କ ପରାମର୍ଶ
ଏସଆରସି କହିଛନ୍ତି, ବନ୍ୟା ସମୟରେ ପାଣିର ଶ୍ରୋତକୁ କମ୍ ବୋଲି ଭାବନ୍ତୁ ନାହିଁ । ଯିଏ ଯେତେ ବି ବଳବାନ ହୋଇଥାଉନା କାହିଁକି ପାଣିରେ ବାହାଦୁରି ଦେଖାନ୍ତୁ ନାହିଁ ।
ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ଏହି ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ । ଏଠାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ।

ଏସଆରସି କହିଛନ୍ତି, ବନ୍ୟା ସମୟରେ ପାଣିର ଶ୍ରୋତକୁ କମ୍ ବୋଲି ଭାବନ୍ତୁ ନାହିଁ । ଯିଏ ଯେତେ ବି ବଳବାନ ହୋଇଥାଉନା କାହିଁକି ପାଣିରେ ବାହାଦୁରି ଦେଖାନ୍ତୁ ନାହିଁ । ବନ୍ୟା ପାଣି ସହ ଖେଳନ୍ତୁ ନାହିଁ । ବହିଯାଉଥିବା ବନ୍ୟାପାଣିର ଶକ୍ତି ବହୁତ ଅଧିକ ଥାଏ । କାର, ମୋଟରସାଇକେଲ୍ ନେଉ ଯାଉଥିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ କାହିଁକି ନା । ପାଣିର ଶକ୍ତି ଆଗରେ କୌଣସି ଶକ୍ତି କାମ ଦେଇନଥାଏ ।
ଉଲ୍ଲେଖଖାଉ କି, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ପାଣିରେ ଭାସିଯାଇ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ କାର ସହ ପାଣିରେ ଭାସି ଯାଇଥିବା ଦୁଇ ବ୍ୟକ୍ତିଙ୍କ ମୃତୁଦେହ ଆଜି ଉଦ୍ଧାର କରାଯାଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧିନ ଫାଶୀମାଲରୁ ଲାଇଡା ଯିବା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରେ ପାଣି ସ୍ରୋତ ଥିବା ସେମାନେ କାର ନେଇ ଯାଉଥିଲେ । ବ୍ରିଜ୍ ଉପରେ ତିନି ଫୁଟର ପାଣି ଚାଲୁଥିବା ବେଳେ ସେମାନେ କାର ସହ ଭାସିଯାଇଥିଲେ । ତେବେ କାରରୁ ସେମାନେ ବାହାରି ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ଗତାକାଲି ରାତିରେ କାର ଭାସିଯିବା ପରେ ଅଗ୍ନିଶମ ବାହାନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ । ଆଜି ଭୋରରୁ ବ୍ରିଜ୍ ଠାରୁ ୨ ଶହ ମିଟର ଦୂରରେ କାର ସହ ଦୁଇ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ତେଣୁ ଏହି ଘଟଣାକୁ ଦୃଷ୍ଟିରେ ରଖି ଏସଆରସି ପ୍ରଦୀପ ଜେନା ବନ୍ୟା ଜଳଠୁ ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।












Click it and Unblock the Notifications