ବାତ୍ୟା ପରେ ତୁରନ୍ତ ଜେନେରେଟର ଲଗାନ୍ତୁ ନାହିଁ, ନଚେତ୍ ଘଟିପାରେ ବଡ ଅଘଟଣ
ବାତ୍ୟାରେ ପରେ ବ୍ୟାହତ ହୁଏ ବିଦ୍ୟୁତ ସେବା । ତେଣୁ ବାତ୍ୟା ପରେ ପରେ ବିଦ୍ୟୁତ କନେକ୍ସନ ପାଇଁ କିଛି ଲୋକେ ତୁରନ୍ତ ଜେନେରେଟର ଲଗାଇ ଦେଇଥାନ୍ତା । ମାତ୍ର ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।
ଭୁବନେଶ୍ୱର: ବାତ୍ୟାରେ ପରେ ବ୍ୟାହତ ହୁଏ ବିଦ୍ୟୁତ ସେବା । ତେଣୁ ବାତ୍ୟା ପରେ ପରେ ବିଦ୍ୟୁତ କନେକ୍ସନ ପାଇଁ କିଛି ଲୋକେ ତୁରନ୍ତ ଜେନେରେଟର ଲଗାଇ ଦେଇଥାନ୍ତା । ମାତ୍ର ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । କାରଣ ଏହାଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଯେଉଁଥି ପାଇଁ ବିଦ୍ୟୁତ୍ କର୍ମଚାରୀ ମୃତାହତ ହୁଅନ୍ତି ବୋଲି ସେ କହିଛନ୍ତି । ତେଣୁ ବାତ୍ୟା ପରେ ଜେନେରେଟର ନଲଗାଇବା ଲାଗି ପରାମର୍ଶ ଦେଇଛନ୍ତି ଏସଆରସି।

ବାତ୍ୟା ପରେ ସକାଳ ୬ ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ କହିଛନ୍ତି ଏସଆରସି। ଏହାସହ ବାତ୍ୟାରେ ସତର୍କ ରହିବାକୁ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। କେବଳ ଏତିକି ନୁହେଁ ବରଂ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ SRC ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବାଲେଶ୍ୱର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ। ପାରାଦୀପରୁ ଧାମରା ପର୍ଯ୍ୟନ୍ତ ୨/୩ ମିଟର ଜୁଆର ଉଠିପାରେ। ଏବଂ ବାତ୍ୟା ପ୍ରଭାବରେ ଓଡ଼ିଶାରେ କାଲିଠାରୁ ବର୍ଷା ବଢ଼ିବା ସହ କାଲି ସଂଧ୍ୟାରୁ ପବନ ବେଗ ବଢ଼ିବ।












Click it and Unblock the Notifications