ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଭୁବନେଶ୍ୱର ED ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା
ଭୁବନେଶ୍ୱର ED ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା
ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା । ଭୁବନେଶ୍ୱର ED ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଆଜି ହାଜର ହେବା ପାଇଁ ଇଡି ପକ୍ଷରୁ ସମନ କରାଯାଇଥିଲା । ସେପଟେ ଆଜି ପୁଣି ଇଡିରେ ହାଜର ହୋଇ ପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ସୂଚନା ଅନୁସାରେ ଗତକାଲି ତାଙ୍କୁ ପ୍ରାୟ ୯ ଘଣ୍ଟା ଧରି ଜେରା କରାଯାଇଥିଲା । ଦିନ ୨ ଟାରେ ଅକ୍ଷୟ ପରିଜା ଇଡି ଅଫିସରେ ହାଜର ହୋଇଥିଲେ । ଯେଉଁଠି ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ସିନେ ପ୍ରଯୋଜକ । ଆଜି ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି । ସେହିପରି ଅକ୍ଷୟ ପରିଜା କହିଛନ୍ତି ଓଡ଼ିଶା ପୋଲିସ ଓ ଆଇନ ଉପରେ ତାଙ୍କର ସମ୍ପୁର୍ଣ୍ଣ ବିଶ୍ୱାସ ରହିଛି ।

ସୂଚନାଥାଉ ଯେ, ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ଅର୍ଚ୍ଚନା ଅକ୍ଷୟ ପରିଜାଙ୍କ ପାଖକୁ ଶ୍ରଦ୍ଧାଞ୍ଜଳିଙ୍କୁ ପଠାଇଥିଲେ । ଯାହା ପରେ ସେ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲେ । ନିଜକୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ କହି ବ୍ଲାକମେଲ୍ କରିଥିଲେ ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଅକ୍ଷୟଙ୍କୁ ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା । ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟିଥିଲେ । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇ ପାରିବେ ନାହିଁ ବୋଲି ଅର୍ଚ୍ଚନା ଧମକ ଦେଇଥିବା ଅକ୍ଷୟ ପରିଜା FIRରେ ଉଲ୍ଲେଖ କରିଛନ୍ତି ।












Click it and Unblock the Notifications