Get Updates
Get notified of breaking news, exclusive insights, and must-see stories!

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତ

ଇଲେକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇ ଆଜି କେଭେଡ଼ିଆ ଠାରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍

ଭୁବନେଶ୍ୱର: ଇଲେକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇ ଆଜି କେଭେଡ଼ିଆ ଠାରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ମନ୍ତ୍ରୀ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ ।

 Tusharkanti Behera

ଏହି କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନାକୁ ଓଡିଶା କିପରି ଭାବେ ଆଗେଇ ନେଇଛି ସେ ସମ୍ପର୍କରେ କର୍ମଶାଳାରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା, କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିବେ । ଉନ୍ନତ କ୍ରୀଡା ଭିତ୍ତିଭୂମି ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରୁ ପ୍ରତିଭା ଚୟନ, ଉନ୍ନତ ତାଲିମ, ଖେଳାଳିମାନଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ ଆଦି ବିଭିନ୍ନ ବିଷୟରେ ଓଡ଼ିଶା କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ଉପରେ ନିଜର ମତ ରଖିବେ ।

ଏହି କର୍ମଶାଳା ଦ୍ୱାରା ବିଭିନ୍ନ ରାଜ୍ୟ ମଧ୍ୟରେ ଭାବ ବିନିମୟ ହେବା ସହିତ ଆଞ୍ଚଳିକ ସ୍ତରରେ କ୍ରୀଡ଼ାକୁ ଅଧିକ ସମୃଦ୍ଧ କରିବାନେଇ ପଥ ଦେଖାଇବ ବୋଲି ମନ୍ତ୍ରୀ ଗସ୍ତ ଅବସରେ ଗଣମାଧମକୁ ସୂଚନା ଦେଇଛନ୍ତି । ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ସ୍ପୋର୍ଟ୍ସ ଫର ୟୁଥ ଏବଂ ୟୁଥ ଫର ଫ୍ୟୁଚର" ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି ସେହି ବାର୍ତ୍ତାକୁ ସାରା ଦେଶରେ ପ୍ରଚାର କରିବା ସହ ଓଡିଶାକୁ ଆଗାମୀ ଦିନରେ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ହବରେ ପରିଣତ କରିବା ନେଇ ସବୁ ପ୍ରକାର କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ କି ଏହି ଦୁଇ ଦିନିଆ କର୍ମଶାଳାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ସମସ୍ତ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+