ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ, ନନ୍ଦିନୀଙ୍କ ମଥାରେ ଭରିଲେ ଶିନ୍ଦୁର
ଆଜି କାକଟପୁରର ଦେଉଳି ମଠରେ ହିନ୍ଦୁ ରିତିନୀତି ଅନୁଯାଇ ବିବାହ କରିଛନ୍ତି ତୁଷାରକାନ୍ତି । ଏନେଇ ଟ୍ବିଟ କରି ନିଜେ ସୂଚନା ଦେଇଛନ୍ତି କ୍ରୀଡାମନ୍ତ୍ରୀ ।
ଭୁବନେଶ୍ବର: ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । କିଛି ଦିନ ପୂର୍ବେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ଆଜି କାକଟପୁରର ଦେଉଳି ମଠରେ ହିନ୍ଦୁ ରିତିନୀତି ଅନୁଯାଇ ବିବାହ କରିଛନ୍ତି ତୁଷାରକାନ୍ତି । ଏନେଇ ଟ୍ବିଟ କରି ନିଜେ ସୂଚନା ଦେଇଛନ୍ତି କ୍ରୀଡାମନ୍ତ୍ରୀ ।

ତେବେ ଜୀବନ ସାଥୀ ଭାବେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ହୋଇଛି କ୍ରୀଡାମନ୍ତ୍ରୀଙ୍କ ଶୁଭ ପରିଣୟ । ଏହି ଅବସରରେ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ। ସମ୍ପର୍ଣ୍ଣ ହିନ୍ଦୁ ରୀତିନୀତିରେ ନନ୍ଦିନୀଙ୍କ ମଥାରେ ସିନ୍ଦୁର ଭରିଥିଲେ ଯୁବମନ୍ତ୍ରୀ ତୁଷାରକାନ୍ତି । ସମସ୍ତ ଅତିଥୀଙ୍କ ପାଇଁ ସବୁ ନିରାମିଷ ଖାଇବା ପରଷା ଯାଇଥିଲା।












Click it and Unblock the Notifications