ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍, ଜାଣନ୍ତୁ କଣ ରହିବ ଏହାର କାମ
ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟର ମଧ୍ୟ ନିର୍ମାଣ କରାଯାଇଛି। ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି।

ଏଥିସହିତ ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ଏକ କୁଇଜ୍ ମଧ୍ୟ ରଖାଯାଇଛି। ଏହି କୁଇଜ୍ରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି। ସମସ୍ତେ ଏହି କୁଇଜ୍ରେ ଅଂଶଗ୍ରହଣ କରି ନିଜର ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ୍ କରିପାରିବେ। ନିଜ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ଲକ, ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସେଲ୍ଫି ମଧ୍ୟ ଏହି ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ।












Click it and Unblock the Notifications