କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ପରେ ସ୍ପେଶାଲ୍ ଟ୍ରେନ୍ ବ୍ୟବସ୍ଥା, ଭୁବନେଶ୍ବରରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ୍
କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ପରେ ଯାତ୍ରୀଙ୍କ ପାଇଁ ହେଲା ସ୍ପେଶାଲ୍ ଟ୍ରେନ୍ ବ୍ୟବସ୍ଥା । ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା । ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଉଛି କହିଲେ ବରିଷ୍ଠ ଅଧିକାରୀ । ଭୁବନେଶ୍ବରରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ୍, ଭାୟା ନରାଜ ଦେଇ ଯିବ । ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ।

କାମାକ୍ଷା ଏକ୍ସପ୍ରେସ (ନଂ ୧୨୫୫୧) ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ନିର୍ଗୁଣ୍ଡିଠାରେ ମଧ୍ୟାହ୍ନରେ ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳବାହିନୀ ଟିମ୍ ପହଞ୍ଚିଥିବା ଜଣାପଡ଼ିଛି। ଆର୍ପିଏଫ୍ ଏବଂ ଜିଆର୍ପିଏଫ୍ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ହେଲେ ଟ୍ରେନ୍ କିପରି ଲାଇନଚ୍ୟୁତ ହେଲା ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।
ଅପରପକ୍ଷେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ ନଂ- ୭୨୦୫୧୪୯୫୯୧, ଭୁବନେଶ୍ବର ୧ନଂ ପ୍ଲାଟ୍ଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି।












Click it and Unblock the Notifications