ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ସ୍ଵତନ୍ତ୍ର ଟ୍ରାଫିକ କଟକଣା, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି
ସ୍ନାନ ପୂର୍ଣ୍ଣିମା ପାଇଁ ହୋଇଛି ସ୍ବତନ୍ତ୍ର ଟ୍ରାଫିକ ନିୟମ । ପୁରୀକୁ ଗାଡ଼ି ପ୍ରବେଶ ନେଇ ରହିଛି ଅନେକ କଟକଣା । ଦୁଇ ଚକିଆ ଓ ୪ ଚକିଆ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବାଇକ ପାଇଁ ମୁନସିପାଲଟି ମାର୍କେଟ କମ୍ପ୍ଲେକ୍ସ, ଜଗନ୍ନାଥ ବହ୍ଲବରେ ପାର୍କିଂ ବ୍ୟବସ୍ଥା ହୋଇଛି । ସମୁଦ୍ର କୂଳ ଯାଉଥିଲେ ଭିଆଇପି ରୋଡ ଦେଇ ଦିଗବାରେଣୀ ପାଖରେ ପାର୍କିଂ ଅନୁମତି ରହିଛି ।

ସେହିପରି କାର ପାଇଁ ମଧ୍ୟ ପାର୍କିଂ ନିୟମ ହୋଇଛି । ଭୁବନେଶ୍ବର ପଟୁ ଆସୁଥିଲେ ଜେଲ ରୋଡରେ ଗାଡ଼ି ପାର୍କିଂର ସୁବିଧା ରହିଛି । ଏହି ପାର୍କିଂ ସ୍ଥଳ ପୂର୍ଣ୍ଣ ହେବା ପରେ ଗାଡ଼ି ଗୁଡ଼ିକ ମେଡିକାଲ ଛକରୁ ବଡ଼ ଶଙ୍ଖ ନେଇ ସରଧାବାଲି ପାର୍କିଂରେ ରଖିହେବ । ସରଧାବାଲି ପାର୍କିଂରେ ପୂର୍ଣ୍ଣ ହେବା ପରେ ଗାଡ଼ି ଗୁଡ଼ିକ ମଙ୍ଗଳାଘାଟ ଦେଇ ଯାତ୍ରୀକା ଏବଂ ଦିଗବାରେଣୀ ପାର୍କିଂରେ ରଖିବାକୁ ବ୍ୟବସ୍ଥା ହୋଇଛି ।
ଶ୍ରୀମନ୍ଦିରରେ ଦଇତା ପ୍ରବେଶ
ସ୍ନାନପୂର୍ଣ୍ନିମା ପାଇଁ ପାରମ୍ପରିକ ପ୍ରକ୍ରିୟା ଆରମ୍ଭ
ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ
ଶ୍ରୀବିଗ୍ରହଙ୍କ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପର୍ଣ୍ଣ
ଆଜି ସେନାପଟା ଲାଗି ନୀତି ହେବ
ସ୍ବତନ୍ତ୍ର ନୀତି ଲାଗି ରାତି ପହୁଡ଼ରୁ ବନ୍ଦ ରହିଛି ସାଧାରଣ ଦର୍ଶନ
ଆଜି ଦିନ ୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
କାଲି ଭୋର ୪ଟା ୩୦ରେ ମଙ୍ଗଳା ଅର୍ପଣ
ସକାଳ ୫ଟାରୁ ୭ଟା ମଧ୍ୟରେ ହେବ ପହଣ୍ଡି
ସକାଳ ୯ଟାରେ ହେବ ମଙ୍ଗଳ ଆଳତି, ୯ଟା ୧୫ରେ ମଇଲମ
ଦିନ ସାଢ଼େ ୩ଟାରେ ଛେରା ପହଁରା
ଅପରାହ୍ନ ୪ଟାରେ ହେବ ହାତୀ ବେଶ
ସନ୍ଦ୍ୟା ସାଢ଼େ ୭ରୁ ରାତି ୧୦ଟା ଯାଏ ସାହାଣ ମେଲା ଦର୍ଶନ
ରାତି ୧୧ଟାରେ ହାତୀ ବେଶ ମଇଲମ ଓଲାଗି
ରାତି ୨ଟା ମଧ୍ୟରେ ସରିବ ବାହୁଡ଼ଶ ପହଣ୍ଡି












Click it and Unblock the Notifications