ବିଧାନସଭାରେ ଗାନ୍ଧିଚର୍ଚ୍ଚା: ମୁଖ୍ୟମନ୍ତ୍ରୀ କହିଲେ, ଗାନ୍ଧୀଜିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ‘ମୋ ସରକାର’
ଶହେ ବର୍ଷ ପୂର୍ବେ ଆଜିର ଦିନରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ବିଧାନସଭାରେ କେବଳ ବାପୁଙ୍କ ଉପରେ ଆଲୋଚନା ହେଉଛି।
ଭୁବନେଶ୍ୱର: ଶହେ ବର୍ଷ ପୂର୍ବେ ଆଜିର ଦିନରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ବିଧାନସଭାରେ କେବଳ ବାପୁଙ୍କ ଉପରେ ଆଲୋଚନା ହେଉଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ଶହେ ବର୍ଷ ପୁରୁଥିବାରୁ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେଉଛି ।
ତେବେ ବିଧାନସଭାରେ ଗାନ୍ଧୀ ଚର୍ଚ୍ଚାରେ ଭାଗ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧୀଜିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ 'ମୋ ସରକାର' କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ମହାତ୍ମା ଗାନ୍ଧୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା । ମହାତ୍ମା ଗାନ୍ଧୀ ପ୍ରତିଟି ଓଡିଆଙ୍କ ହୃଦୟରେ ଅଛନ୍ତି । ଓଡିଶାକୁ ମୋଟ୍ ୮ଥର ଆସିଥିଲେ, ବିଭିନ୍ନ ପ୍ରାନ୍ତକୁ ଯାଇଛନ୍ତି ବାପୁ । ସାମାଜିକ କାର୍ଯ୍ୟକ୍ରମ ଓ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ସେପଟେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଆଲୋଚନା ହୋଇଛି । ସକାଳ ୧୦ଟା ୩୦ ମିନିଟରୁ ଆରମ୍ଭ ହୋଇଥିବା ଆଲୋଚନା ଅପରାହ୍ନ ସାଢ଼େ ଗୋଟାଏ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ବିଶେଷକରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି ।
ମହାତ୍ମାଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ଶଦ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହି ସମ୍ବନ୍ଧରେ ବିଧାନସଭାରେ ଆଜି ଏକ ସଂକଳ୍ପ ପାରିତ ହୋଇପାରେ । ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ବାଚସ୍ପତିଙ୍କ ସମେତ ସବୁ ବିଧାୟକ ଓ ମନ୍ତ୍ରୀ ।












Click it and Unblock the Notifications