ସ୍ନାନଯାତ୍ରା: ଜାଣନ୍ତୁ, କେତେ ଗରା ପାଣିରେ ସ୍ନାନ କରନ୍ତି କେଉଁ ଦିଅଁ ?
ଆପଣ ଜାଣିଛନ୍ତି କି, ଏହି 108 ଗରା ଜଳ ମଧ୍ୟରୁ କେଉଁ ଦିଅଁଙ୍କ କେତେ ଗରା ଜଳରେ ସ୍ନାନ କରନ୍ତି ।
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ମହାସ୍ନାନ କରିଛନ୍ତି ଶ୍ରୀଜିଉମାନେ । ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ 108 କଳସୀ ଜଳରେ ସ୍ନାନନ କରିଛନ୍ତି ତିନି ଦିଅଁ । ତେବେ ଆପଣ ଜାଣିଛନ୍ତି କି, ଏହି 108 ଗରା ଜଳ ମଧ୍ୟରୁ କେଉଁ ଦିଅଁଙ୍କ କେତେ ଗରା ଜଳରେ ସ୍ନାନ କରନ୍ତି ।

ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ 108 କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ 'ପ୍ରଣୀତାକୂପ' ବୋଲି କୁହାଯାଏ ।
ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ 108 ଗରା ଜଳରେ ସ୍ନାନ କରାଯାଏ ।

ଏହି ଜଳରୁ 35 ଗରା ଜଗନ୍ନାଥଙ୍କୁ, 33 ଗରା ବଳଭଦ୍ରଙ୍କୁ, 22 ଗରା ସୁଭଦ୍ରାଙ୍କୁ ଓ 18 ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ ।
- ମହାପ୍ରଭୁ ଜଗନ୍ନାଥ - 35 ଗରା
- ବଡଭାଇ ବଳଭଦ୍ର - 33 ଗରା
- ଦେବୀ ସୁଭଦ୍ରା - 22 ଗରା
- ଚକ୍ରରାଜ ସୁଦର୍ଶନ - 18 ଗରା












Click it and Unblock the Notifications