Get Updates
Get notified of breaking news, exclusive insights, and must-see stories!

ସ୍ନାନଯାତ୍ରା ପାଇଁ ପୁରୀରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମୁଦାୟ ୪ ଜଣ ଏସପି ରାଙ୍କ୍ ର ଅଫିସର,୧୨ ଜଣ ଅତରିକ୍ତ ଏସପି,୨୨ଜଣ ଡିଏସପି,୨୯୦ ରୁ ଉର୍ଦ୍ଧ୍ବ ସବ ଇନସପେକ୍ଟର, ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ ହେବେ। ୧୧୨ ହେଉଛି ପୁଲିସ ହେଲପ୍ ଲାଇନ୍ ନମ୍ବର।

ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିର ଭିତର ବେଢା଼ରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଵାହାର ବେଢା଼ରେ ସହ ଚତୁର୍ପାର୍ଶ୍ୱରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଭିଆଇପି ଓ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମରଚିକଟ ଛକରୁ ହୋଇଥିବା ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ସ୍ନାନବେଦୀରେ ଦର୍ଶନ କରିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀମାନେ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍। କେବଳ ପାସ୍ ଧାରୀ ମାନେ ମରଚିକୋଟ ଚକ ପର୍ଯ୍ୟନ୍ତ ଯାଇପାରିବେ। ପାର୍କିଂ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଦେଇ ଶ୍ରୀସେତୁ ଦେଇ ଜେବିପିସିରେ ପାର୍କିଂ କରିବେ। ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ବାକି ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ଛିନତାଇ, ଅପରାଧୀଙ୍କୁ ରୋକିବା ପାଇଁ ପୁଲିସ ମୁତୟନ ହେବେ। ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା। ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହି ପରି ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ବଡଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ଭକ୍ତମାନେ ବଡଦାଣ୍ଡସ୍ଥିତ ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ SJRCଠାରେ ପହଞ୍ଚିବେ। ଏହାପରେ ସେଠାରୁ SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ।

ଉତ୍ତର ଦ୍ୱାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଦୁଇଟି ମାର୍ଗ ଦେଇ ଯାଇପାରିବେ। ସତ୍ୟନାରାୟଣ ମନ୍ଦିର ଦେଇ ବଡଦାଣ୍ଡକୁ ଅନ୍ୟାନ୍ୟ ଗଳି ଦେଇ ଯାଇପାରିବେ । ଭିଡ ପରିସ୍ଥିତିକୁ ଲକ୍ଷ୍ୟ କରି ଭକ୍ତମାନେ ଦୋଳବେଦୀ କୋଣ ଦେଇ ଉତ୍ତର ଦ୍ୱାରଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡଦାଣ୍ଡକୁ ଯାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+