ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା; ବିଦ୍ୟାଳୟ ପାଠରେ ରହିବ ବାଲ୍ୟ ବିବାହ ବିଷୟ

ମହିଳାଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ । ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସହିତ ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାକୁ ସ୍ଥିର ହୋଇଛି । ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କ ସୁରକ୍ଷା କଡ଼ାକଡ଼ି କରାଯିବା ସହିତ ଯାତ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଅଧିକ ସଂଖ୍ୟାରେ ମହିଳା କର୍ମଚାରୀ ନିଯୁକ୍ତି ଓ କେବଳ ମହିଳା କର୍ମଚାରୀ ଥିବା ବସ୍‌ ଚଳାଚଳ ପାଇଁ ମହିଳା ଓ ଶିଶୁ ବିକାଶ ସଚିବ ଦେଇଥିବା କେତେକ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବାକୁ ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପ୍ରସ୍ତାବିତ ଯୋଜନା ଅନୁସାରେ ଏଣିକି ସବୁ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତସ୍ତରରେ ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଏମ୍‌ପିଓ) ଭାବେ କାର୍ଯ୍ୟ କରିବେ । ସେମାନେ ମହିଳା ହେଲ୍ପଲାଇନ ନମ୍ବର ୧୮୧, ଚାଇଲ୍ଡ ହେଲ୍ପଲାଇନ ୧୦୯୧, ପୁଲିସ ହେଲ୍ପଲାଇନ ୧୧୨ ଏବଂ ସୁଭଦ୍ରା ହେଲ୍ପଲାଇନ ୧୪୬୭୮ର ୱାଲ୍‌ ପେଣ୍ଟିଂ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟର ପ୍ରମୁଖ ସ୍ଥାନରେ ଏସବୁ ପ୍ରଦର୍ଶନର ସୁବିଧା କରାଇବେ। ତଫସିଲଭୁକ୍ତ ଜନଜାତି ଓ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆବାସିକ ଛାତ୍ରାବାସଗୁଡ଼ିକରେ ଥିବା ମାଟ୍ରନ, ୱାଡେନଙ୍କୁ ମଧ୍ୟ ସିଏମ୍‌ପିଓ ଅଧିକାରୀ ଭାବେ ବିବେଚନା କରାଯିବ ।

school curriculum

ସେମାନେ ତାଙ୍କ ଅଫିସ ବାହାରେ ସିଏମ୍‌ପିଓ ଭାବେ ନାମଫଳକ ପ୍ରଦର୍ଶନ କରିବେ ଏବଂ ହେଲ୍ପଲାଇନର ୱାଲ୍‌ ପେଣ୍ଟିଂ ଅଫିସର ପ୍ରମୁଖ ସ୍ଥାନରେ ପ୍ରଦର୍ଶନ କରାଇବେ। ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନେ ସେମାନଙ୍କ ଅଞ୍ଚଳରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ପାଇଲେ ଏ ବିଷୟରେ ସିଏମ୍‌ପିଓ ତଥା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ଜଣାଇବେ। ସେମାନଙ୍କୁ ବାଲ୍ୟ ବିବାହ ସୂଚନା ଅଧିକାରୀ ଭାବେ ବିବେଚନା କରାଯିବ ଏବଂ ସେମାନଙ୍କ ନାମଫଳକରେ ଏହି ସୂଚନା ସେମାନେ ରଖିବେ। ଏହାଦ୍ବାରା ବିଦ୍ୟାଳୟକୁ ଆସୁଥିବା ସମସ୍ତ ଅଭିଭାବକ ତଥା ଅନ୍ୟମାନଙ୍କ ମଧ୍ୟରେ ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇପାରିବ। ସେମାନେ ମଧ୍ୟ ୱାଲ୍‌ ପେଣ୍ଟିଂ ଜରିଆରେ ଏ ବିଷୟରେ ସଚେତନତା ସୃଷ୍ଟି କରିବେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ସେମାନଙ୍କ ପାଠ୍ୟକ୍ରମରେ ବାଲ୍ୟ ବିବାହ ଉପରେ ଏକ ବିଷୟ ଅନ୍ତର୍ଭୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି। ଏକୁଟିଆ ଯାତ୍ରା କରୁଥିବା ମହିଳା ପର୍ଯ୍ୟଟକଙ୍କ ଭିତରେ ବିଶ୍ବାସ ସୃଷ୍ଟି ନିମନ୍ତେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଶତ ପ୍ରତିଶତ ମହିଳା ପୁଲିସ ଥିବା ପିସିଆର ଭ୍ୟାନ୍‌ ମୁତୟନ କରାଯିବ। ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀଗୁଡ଼ିକ ନିକଟରେ ଥିବା ଥାନା, ଆଉଟ୍‌ପୋଷ୍ଟରେ ଅତି କମ୍‌ରେ ୭୦ ପ୍ରତିଶତ ମହିଳା ପୁଲିସଙ୍କୁ ନିୟୋଜିତ କରିବାକୁ ଗୃହ ବିଭାଗକୁ ଅବଗତ କରାଯାଇଛି। ଏହାଛଡ଼ା ସମସ୍ତ ପର‌୍ୟ୍ୟଟନସ୍ଥଳରେ ମହିଳା ଗାଇଡ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ନିମନ୍ତେ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ଏଣିକି ଡ୍ରାଇଭର (ଚାଳକ) ନିଯୁକ୍ତି ସମୟରେ ମହିଳା ଚାଳକଙ୍କ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭାଗଗୁଡ଼ିକ ପଦକ୍ଷେପ ନେବାକୁ କୁହାଯାଇଛି। ଦକ୍ଷତା ତାଲିମ ଦେଉଥିବା ବିଭାଗ ବା ସଂସ୍ଥା ପ୍ରତି ଜିଲାରେ ମହିଳା ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ମହିଳାଙ୍କୁ ଗାଡ଼ି ଚାଳନା ପାଇଁ ତାଲିମ ଦେବ। କେବଳ ମହିଳା କର୍ମଚାରୀ ଥିବା ଅଧିକ ସଂଖ୍ୟକ ବସ୍‌ ଚଳାଚଳ ନିମନ୍ତେ କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ଏବଂ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆରଟିସି)କୁ ପ୍ରସ୍ତାବ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+