ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ "ବିଶେଷ ପ୍ରଦର୍ଶନ" ପୁରସ୍କାର
ସ୍ଥାନୀୟ ପ୍ରଗତି ମୈଦାନରେ ଆୟୋଜିତ ହୋଇଥିବା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଆଜି ଓଡିଶା ପାଭିଲିୟନ୍କୁ "ବିଶେଷ ପ୍ରଦର୍ଶନ" ପୁରସ୍କାର ମିଳିଛି। ମେଳାର ଆଜି ଅନ୍ତିମ ଦିବସରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆଇଟିପିଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ
ନୂଆଦିଲ୍ଲୀ: ସ୍ଥାନୀୟ ପ୍ରଗତି ମୈଦାନରେ ଆୟୋଜିତ ହୋଇଥିବା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଆଜି ଓଡିଶା ପାଭିଲିୟନ୍କୁ "ବିଶେଷ ପ୍ରଦର୍ଶନ" ପୁରସ୍କାର ମିଳିଛି। ମେଳାର ଆଜି ଅନ୍ତିମ ଦିବସରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆଇଟିପିଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାରକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଇନ୍ଦ୍ରମଣି ତ୍ରିପାଠୀ ଗ୍ରହଣ କରିଛନ୍ତି ।

ଭାରତ ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ଅଧିନସ୍ଥ ଭାରତ ବାଣିଜ୍ଯ ସମ୍ବର୍ଦ୍ଧନ ସଂସ୍ଥା (ITPO) ପକ୍ଷରୁ ଆୟୋଜିତ ଆଇଆଇଟିଏଫ୍ ମେଳାର ଅନ୍ତିମ ଦିବସରେ ବିଭିନ୍ନ ଅଂଶଗ୍ରହଣକାରୀ ରାଜ୍ୟଗୁଡିକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଡେପୁଟି ରେସିଡେଣ୍ଟ କମିଶନର ସୁଧାଂଶୁ ମହାନ୍ତୀ ଏବଂ ପାଭିଲିଅନ ଇନ୍ଚାର୍ଜ ସୁବାସ ନିଆଲ୍, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋସ ଦାସଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଥାଉ କି, ନଭେମ୍ବର 14ରୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଆଜି ( ନଭେମ୍ବର 27) ରେ ଶେଷ ହେଉଛି । ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିଅନର ଥିମ୍ ଟେରାକୋଟା ରହିଛି । ବାଣିଜ୍ୟ ମେଳାର ଏକାଦଶ ଦିବସରେ ପାଳିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ । ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍ ଲୋକାରଣ୍ୟ ହୋଇ ଯାଇଥିଲା । ସବୁ ବର୍ଗର ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବାର ପ୍ରୟାସ କରିଥିଲା ଓଡ଼ିଶା । ସମସ୍ତେ ପ୍ରତୀକ୍ଷା କରିଥିଲେ ଉପଭୋଗ କରିବା ପାଇଁ ଓଡ଼ିଶାର ଅନନ୍ୟ ଓଡିଶୀ, ସମ୍ବଲପୁରୀ, କଳାହାଣ୍ଡିର ବଜାଶାଳ ଲୋକନୃତ୍ୟ ଏବଂ ଆଧୁନିକ ଫ୍ୟୁଜନ ନୃତ୍ୟ ।












Click it and Unblock the Notifications