Get Updates
Get notified of breaking news, exclusive insights, and must-see stories!

ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ; ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ

ଆଜି ଅର୍ଥାତ୍‌ ରବିବାର ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ପେପର୍‌-୧ ଓ ପେପର୍‌-୨ ପରୀକ୍ଷା ସ୍ଥଗିତ ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ପାଇଁ ବୋର୍ଡ ନୂଆ ତାରିଖ ଘୋଷଣା କରିବ।

special OTET-2025 exam

ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବା ଦ୍ୱାରା ପ୍ରାୟ ୭୫ହଜାର ଶିକ୍ଷକ ନିରାଶ ହୋଇଛନ୍ତି। ସୂଚନା ଅନୁସାରେ ପ୍ରଶ୍ନପତ୍ର ଛପାଯାଇଥିବା ମୁଦ୍ରଣ ସ୍ଥଳରୁ ଏହା ପ୍ରଘଟ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରେ କେହିଜଣେ ଅଭିଯୋଗ କରିଥିଲେ।

ଏନେଇ ମନ୍ତ୍ରୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଏହାର ସତ୍ୟାସତ୍ୟ ପ୍ରସଙ୍ଗରେ ପଚାରିଥିଲେ। କର୍ତ୍ତୃପକ୍ଷ ପ୍ରଥମେ ଏହାକୁ ସ୍ୱୀକାର କରି ନ ଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଘଟ ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜାଣିବାକୁ ପାଇ ପରୀକ୍ଷାକୁ ବାତିଲ କରିଛନ୍ତି।

ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ବିଳମ୍ବିତ ରାତିରେ ଗଣମାଧ୍ୟମ ଗ୍ରୁପ୍‌ରେ ପରବର୍ତ୍ତୀ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ସଂକ୍ରାନ୍ତ ଏକ ଚିଠି ବୋର୍ଡ ପକ୍ଷରୁ ଜାରି କରାଯାଇଛି। ସୂଚନାଯୋଗ୍ୟ ଏସବୁ ଶିକ୍ଷକ ଚାକିରି କରିଥିଲେ ମଧ୍ୟ ଓଟିଇଟି ପାସ୍‌ କରି ନ ଥିବାରୁ ସେମାନଙ୍କ ପଦୋନ୍ନତି ହୋଇପାରୁନାହିଁ। ଓଟିଇଟିରେ ଉତ୍ତୀର୍ଣ ହେବାପରେ ସେମାନଙ୍କୁ ପଦୋନ୍ନତି ମିଳିବ ବୋଲି ସରକାର ବାଧ୍ୟତାମୂଳକ ନିୟମ କରିଛନ୍ତି। ପୂର୍ବରୁ ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ପୁନର୍ବାର ପରୀକ୍ଷାର ପୂର୍ବଦିନ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ବୋର୍ଡ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+