ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ମୋ ବସ୍ ସେବା
ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ମୋ ବସ୍ ସେବା । ଶ୍ରଦ୍ଧାଳୁଙ୍କ ପାଇଁ ଚିନ୍ତାମୁକ୍ତ ଗମାନଗମନ ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଚଳାଚଳ ନେଇ ଘୋଷଣା କରାଯାଇଛି ।

ତେବେ ରଥଯାତ୍ରା ସ୍ୱତନ୍ତ୍ର ମୋ ବସ୍ ସେବାର ରୁଟ୍ ଓ ଚଳାଚଳ ତାରିଖ ବିଷୟରେ ସୂଚନା ନିମ୍ନରେ ପ୍ରଦାନ କରାଯାଇଛି । ୨୦୨୩ ଜୁନ୍ ୨୦ରୁ ୨୧ ଓ ୨୦୨୩ ଜୁନ୍ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତି ଏହି ସ୍ବତନ୍ତ୍ର ବସ୍ ଏହି ସବୁ ରୁଟ୍ ରେ ଚଳାଚଳ କରିବ ।
- ୨ଇ ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ ରୁ ତାଳବଣିଆ ବସଷ୍ଟାଣ୍ଡ୍
- ୩ଇ କାକଟପୁର ନୂଆ ବସ୍ଷ୍ଟାଣ୍ଡ୍ ରୁ ତାଳବଣିଆ ବସଷ୍ଟାଣ୍ଡ୍
- ୪ଇ ଜଗତପୁର, କଟକ ରୁ ତାଳବଣିଆ ବସ୍ଷ୍ଟାଣ୍ଡ୍
- ୫୦ଇ ଭୁବନେଶ୍ୱର ରେଳ ଷ୍ଟେସନ ରୁ ତାଳବଣିଆ ବସଷ୍ଟାଣ୍ଡ୍
- ୫୧ଇ ବରମୁଣ୍ଡା ଆଇଏସ୍ବିଟି ରୁ ତାଳବଣିଆ ବସଷ୍ଟାଣ୍ଡ୍
- ୫୩ ସଟଲ୍ ବସ୍ ମାଳତୀପାଟପୁର ବସ୍ଷ୍ଟାଣ୍ଡ୍ ରୁ ତାଳବଣିଆ ବସଷ୍ଟାଣ୍ଡ୍
- ୫୪ଇ ବିଜୁ ପ...ନାୟକ ପାର୍କ, କଟକରୁ ତାଳବଣିଆ ବସ୍ଷ୍ଟାଣ୍ଡ୍
- ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ୍ ରୁ ପୁରୀ ବସଷ୍ଟାଣ୍ଡ୍
- ୩ କାକଟପୁର ନୂଆ ବସଷ୍ଟାଣ୍ଡ୍ ରୁ ପୁରୀ ବସଷ୍ଟାଣ୍ଡ୍
- ୪ ଜଗତପୁର, କଟକରୁ ପୁରୀ ବସଷ୍ଟାଣ୍ଡ୍
- ୫୦ ଭୁବନେଶ୍ୱର ରେଳ ଷ୍ଟେସନରୁ ପୁରୀ ବସଷ୍ଟାଣ୍ଡ୍
- ୫୧ ବରମୁଣ୍ଡା ଆଇଏସ୍ବିଟିରୁ ପୁରୀ ବସଷ୍ଟାଣ୍ଡ୍
- ୫୩ ସଟଲ୍ ବସ୍ ମାଳତିପାଟପୁର ବସଷ୍ଟାଣ୍ଡ୍ ରୁ ପୁରୀ ବସଷ୍ଟାଣ୍ଡ୍
- ୫୪ ବିଜୁ ପ...ନାୟକ ପାର୍କ, କଟକରୁ ପୁରୀ ବସଷ୍ଟାଣ୍ଡ୍
ଏଥି ସହିତ କ୍ରୁଟ୍ ଅବଗତ କରିବାକୁ ଚାହୁଛି ଯେ ରଥଯାତ୍ରା ପାଇଁ ପୁରୀରେ ଟ୍ରାଫିକ୍ କଟକଣା ଯୋଗୁଁ ୨୦୨୩ ଜୁନ୍ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ରୁଟ୍ ନଂ ୫୨ ପୁରୀ ଆନ୍ତଃ-ସହର ମୋ ବସ୍ ଓ ରୁଟ୍ ନଂ ୭ ଓ ୮ରେ ବ୍ରହ୍ମଗିରିକୁ ଚାଲୁଥିବା ସ୍ୱତନ୍ତ୍ର ମୋ ବସ୍ ସେବା ବାତିଲ ରହିବ ।
ସେବା ଓ ସମୟ ନିର୍ଘଣ୍ଟ ଭଳି ଅଧିକ ସୂଚନା ପାଇଁ କ୍ରୁଟ୍ର ସୋସିଆଲ ମିଡିଆ ହାଣ୍ଡେଲ୍ ଓ ୱେବସାଇଟ୍ ସହିତ ଯୋଡି ହୋଇରହିବା ଲାଗି କ୍ରୁଟ୍ ପକ୍ଷରୁ ସମସ୍ତଙ୍କୁ ଉତ୍ସାହିତ କରାଯାଉଛି ।












Click it and Unblock the Notifications